ଅପ୍ରେଲ ୧୧ରେ ଓଡ଼ିଶାରେ ଶୁଭାରମ୍ଭ ହେବ ‘ଆୟୁଷ୍ମାନ ଭାରତ’

ଭୁବନେଶ୍ବର,୪।୪: ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବରେ ପରିଚାଳିତ ରାଜ୍ୟ ସରକାର ଆସନ୍ତା ୧୧ ତାରିଖରେ ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଶୁଭାରମ୍ଭ ହେବ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଏହି ଯୋଜନାର ଶୁଭାରମ୍ଭ କରିବେ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶୁକ୍ରବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ପୂର୍ବରୁ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ‘ଆୟୁଷ୍ମାନ ଭାରତ’ ଅପ୍ରେଲ ମାସରୁ ଶୁଭାରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଏଥିରେ ୭୦ ବର୍ଷରୁ ଅଧିକ ବୟସ୍କ ପାଇବେ ଚିକିତ୍ସା ସୁବିଧା। ୭୦ ବର୍ଷରୁ ଅଧିକ ବୟସ୍କ ଲୋକ ଥିଲେ ପରିବାର ପିଛା ସର୍ବାଧିକ ଚିକିତ୍ସା ସୁବିଧା ୧୫ ଲକ୍ଷ ଟଙ୍କା। ସମୁଦାୟ ୩.୫୨ କୋଟି ଲୋକ ହେବେ ଉପକୃତ। ରାଜ୍ୟରେ କାର୍ଯ୍ୟକାରୀ ହେବ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!