ଓ୍ବାକଫ ବିଲ୍ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ

ନୂଆଦିଲ୍ଲୀ ୦୪/୦୪: ୱାକଫ ବିଲକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ କଂଗ୍ରେସ । କଂଗ୍ରେସ ମହାସଚିବ ଏବଂ ରାଜ୍ୟସଭା ସାଂସଦ ଜୟରାମ ରମେଶ X ରେ ଏକ ପୋଷ୍ଟରେ ଏହା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଆମେ ଆପଣଙ୍କୁ ଜଣାଇ ଦେଉଛୁ ଯେ ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେ ପୂର୍ବରୁ ସୁପ୍ରିମକୋର୍ଟରେ ୱାକଫ ସଂଶୋଧନ ବିଲର ସାମ୍ବିଧାନିକତାକୁ ଚ୍ୟାଲେଞ୍ଜ କରିବାକୁ ଘୋଷଣା କରିସାରିଛି । ଓ୍ବାକଫ ବିଲକୁ ନେଇ ଚାଲିଥିବା ଆଇନଗତ ଏବଂ ରାଜନୈତିକ ଲଢ଼େଇ ସୁପ୍ରିମକୋର୍ଟରେ ପହଞ୍ଚିଛି। କଂଗ୍ରେସ ସାଂସଦ ମହମ୍ମଦ ଜାଓ୍ବେଦଙ୍କ ସହିତ ଏଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓଓ୍ବେସୀ ବିଲ୍‌ର ସାମ୍ବିଧାନିକ ବୈଧତା ଉପରେ ପ୍ରଶ୍ନ ଉଠାଇ ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ ଦାୟର କରିଛନ୍ତି।ଉଭୟ ନେତା ଅଭିଯୋଗ କରିଛନ୍ତି ଯେ, ଓ୍ବାକଫ ବିଲରେ ପ୍ରସ୍ତାବିତ ସଂଶୋଧନ ମୁସଲିମମାନଙ୍କ ମୌଳିକ ଅଧିକାରଗୁଡ଼ିକୁ ଉଲ୍ଲଂଘନ କରୁଛି ଏବଂ ଇସଲାମୀୟ ଧାର୍ମିକ ସମ୍ପତ୍ତିଗୁଡ଼ିକ ଉପରେ ସରକାର ପକ୍ଷପାତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଛନ୍ତି। ସଂସଦର ଉଭୟ ଗୃହରେ ବିଲ୍‌ ପାରିତ ହେବା ପରେ ଆଇନରେ ପରିଣତ ହେବା ଲାଗି ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି। ଏହା ପୂର୍ବରୁ ଦୁଇ ନେତା ଆଡଭୋକେଟ ଅନସ ତନଓ୍ବିରଙ୍କ ଜରିଆରେ ପିଟିସନ ଦାୟର କରିଛନ୍ତି।ବିଲ୍‌କୁ ସମୀକ୍ଷା କରିଥିବା ଯୁଗ୍ମ ସଂସଦୀୟ କମିଟିର ସଦସ୍ୟ ଜାଓ୍ବେଦ କହିଛନ୍ତି ଯେ, ବିଲ୍‌ରେ ହୋଇଥିବା ସଂଶୋଧନ ସମ୍ବିଧାନର ଧାରା ୧୪, ୨୫, ୨୬, ୨୯ ଏବଂ ୩୦୦ଏ’କୁ ଉଲ୍ଲଂଘନ କରୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!