ଭୁବନେଶ୍ୱର,୫।୪: ଆଜି ପବିତ୍ର ଅଶୋକାଷ୍ଟମୀ । ପବିତ୍ର ଅଶୋକାଷ୍ଟମୀ ଅବସରରେ ପ୍ରସିଦ୍ଧ ଏକାମ୍ରକ୍ଷେତ୍ରାଧୀଶ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୫ଦିବସୀୟ ରଥଯାତ୍ରା ଶନିବାର ଠାରୁ ଆରମ୍ଭ ହୋଇଯାଇଛି। ଆଜି ଭୋର ସକାଳୁ ଆରମ୍ଭ ହୋଇଥିବା ବିଭିନ୍ନ ନୀତିକାନ୍ତି ପରେ ଅପରାହ୍ଣରେ ମହାପ୍ରଭୁଙ୍କ ରଥ ଗଡ଼ିଛି। ଭକ୍ତମାନେ ମଧ୍ୟ ମହାପ୍ରଭୁଙ୍କ ରଥକୁ ହର୍ଷୋଲ୍ଲାସର ସହିତ ଟାଣି ନେଉଛନ୍ତି। ଘଣ୍ଟ, ଶଙ୍ଖ, ହରିବୋଲ ଓ ହୁଳହୁଳିରେ ଗଗନ-ପବନ ଉଚ୍ଛୁଳିତ ଦେଖାଯାଇଛି। ସାମଗ୍ରୀକ ଭାବେ କହିବାକୁ ଗଲେ ରଥରୋଡରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ବିଳମ୍ବରେ ହେଉପଛେ ଗଡ଼ିଲା ଅଣଓସାରିଆ ରୁକୁଣା ରଥ । ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥ ଯାତ୍ରା ଆରମ୍ଭ କରିଛି । ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଦର୍ଶକଙ୍କର ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ଅଣଲେଉଟା ରଥରେ ମାଉସୀ ଘର ଯିବେ ମହାପ୍ରଭୁ ।ତେବେ ନୀତିକ୍ରାନ୍ତି ବିଳମ୍ବରେ ହେବା କାରଣରୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । କିନ୍ତୁ ଖରାକୁ ଭୟ ନକରି ଚଶଚଞ୍ଚଳ ହୋଇ ରହିଥିଲା ଏକାମ୍ର କ୍ଷେତ୍ର । ହରିବୋଲ, ହୁଳହୁଳି ଶବ୍ଦରେ ପରିବେଶ ଫାଟି ପଡୁଥିବା ବେଳେ ଶହଶହ ଭକ୍ତ ଆନ୍ଦନ ଉତ୍ସାହର ସହକାରରେ ରଥକୁ ଟାଣି ନେଉଛନ୍ତି ।ତେବେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଡିସିପିଙ୍କ ନେତୃତ୍ବରେ 13 ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।ଏହି ପଞ୍ଚଦିବସୀୟ ଯାତ୍ରାରେ ଏକାମ୍ରର ଆରାଧ୍ୟ ଲିଙ୍ଗରାଜ, ଦୋଳଗୋବିନ୍ଦ ଏବଂ ଭଉଣୀ ରୁକ୍ମିଣୀ ରାମେଶ୍ବରଙ୍କ ପୀଠକୁ ଯିବେ । ତେବେ 4 ଦିନ ପରେ ବାହୁଡ଼ା ଯାତ୍ରା ହେବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |