ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ : ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୪: ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା। କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏ କାର୍ଡ ମିଳିବ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।ଆୟୁଷ୍ମାନ ଭାରତକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରେସମିଟ ଜାରି କରିଛନ୍ତି। ଆୟୁଷ୍ମାନ ଭାରତକୁ ନେଇ ସେ ବଡ଼ ଘୋଷଣା କରିଛନ୍ତି। ଏଣିକି ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ।ପୂର୍ବରୁ ପରିବାର ପିଛା ଗୋଟିଏ କାର୍ଡ ମିଳୁଥିଲା। ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେୟମୁକ୍ତ ଚିକିତ୍ସା ପ୍ରଦାନ କରାଯିବ। ଏହି କାର୍ଡ ଦ୍ୱାରା ଘରୋଇ ଓ ସରକାରୀ ହସ୍ପିଟାଲରେ ଚିକିତ୍ସା ମିଳିପାରିବ। ଦେଶ ଓ ରାଜ୍ୟର ୨୯ ହଜାର ମେଡିକାଲ ଚିକିତ୍ସା ମିଳିବ। ପୂର୍ବରୁ ୧୬ ହଜାର ୯୦୦ ହସଗପିଟାଲରେ ମିଳୁଥିଲା ଚିକିତ୍ସା।୭୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ମିଳିବ ବୟୋ ବନ୍ଦନା କାର୍ଡ। ପ୍ରେସମଟ୍‌ରେ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ। ସରକାରୀ କର୍ମଚାରୀ ହୁଅନ୍ତୁ କି ଆଇଟି ଦାଖଲ କରୁଥିଲେ ମଧ୍ୟ ମିଳିବ। ସମ୍ଭ୍ରାନ୍ତ ପରିବାରର ହୋଇଥିଲେ ମିଳିବ ବୟୋ ବନ୍ଦନ କାର୍ଡ। ଜନସେବା କେନ୍ଦ୍ର କର୍ମଚାରୀ, ଆଶାକର୍ମୀ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ। ଗାଁକୁ ଗାଁ ବୁଲି ହିତାଧିକାରୀଙ୍କୁ କାର୍ଡ ପ୍ରସ୍ତୁତିରେ ସାହାଯ୍ୟ କରିବେ।ରାଜ୍ୟର ସାଢ଼େ ୩ କୋଟି ଲୋକଙ୍କୁ ଆୟୁଷ୍ମାନ କାର୍ଡ ମିଳିବ। ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ସାମିଲ କରାଯିବ। ପୂର୍ବରୁ ପ୍ରତି ପରିବାରକୁ ଗୋଟିଏ କାର୍ଡ ମିଳିଥିଲା। କିନ୍ତୁ ନୂଆ ଯୋଜନାରେ ପ୍ରତି ସଦସ୍ୟଙ୍କୁ ଗୋଟିଏ ଲେଖାଏ କାର୍ଡ ମିଳିବ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ମିଳୁଥିଲା ଏବେ ଦେଶର ୨୯ ହଜାରରୁ ଅଧିକ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!