ନୂଆଦିଲ୍ଲୀ,୬ା୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅର୍ଥାତ୍ ରାମନବମୀର ଅବସରରେ ତାମିଲନାଡୁର ରାମେଶ୍ୱରମରେ ଐତିହାସିକ ନୂତନ ପାମ୍ବନ ସେତୁ ଉଦ୍ଘାଟନ କରିଛନ୍ତି। ଏହି ସେତୁ ହେଉଛି ଭାରତର ପ୍ରଥମ ଭୂଲମ୍ବ ଲିଫ୍ଟ ସମୁଦ୍ର ସେତୁ, ଯାହା ସମୁଦ୍ର ଉପରେ ନିର୍ମିତ। ଏହି ସେତୁ ଦ୍ୱାରା ସମୁଦ୍ର ଯାତାୟାତରେ ଉନ୍ନତି ହେବ ଏବଂ ଲୋକମାନେ ଯାତ୍ରା କରିବା ମଧ୍ୟ ସହଜ ହେବ।ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସାମୁଦ୍ରିକ ସେତୁ ‘ପମ୍ବନ’ ଉଦ୍ଘାଟିତ ହୋଇଯାଇଛି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାମିଲନାଡ଼ୁର ରାମେଶ୍ଵରମରେ ୫୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ପମ୍ବନ ସେତୁକୁ ଉଦ୍ଘାଟନ କରିଛନ୍ତି। ଏହା ସହିତ ସେ ରାଜ୍ୟରେ ଆହୁରି ଅନେକ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ପୂର୍ବରୁ ଭାରତୀୟ ରେଳବାଇ ଏହି ନୂତନ ରେଳ ବ୍ରିଜର ଏକ ସୁନ୍ଦର ଭିଡିଓ ଜାରି କରିଥିଲା।ରେଳ ମନ୍ତ୍ରଣାଳୟ କହିଛି ଯେ, ସମୁଦ୍ର ଉପରେ ନିର୍ମିତ ଏହି ରେଳ ବ୍ରିଜ ଅତୀତ ଏବଂ ଭବିଷ୍ୟତକୁ ଯୋଡ଼ୁଛି। ଏହାକୁ ରାମ ନବମୀ ଦିନ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯିବ ଏବଂ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପସ୍ଥିତି ଯୋଗୁଁଁ ରାମେଶ୍ୱରମରେ ସୁରକ୍ଷା ବୃଦ୍ଧି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |