ଶ୍ରୀମନ୍ଦିରରୁ ଆସିଲା ଆଜ୍ଞାମାଳ, ରଥ ନିର୍ମାଣ ପାଇଁ ଖପୁରିଆରେ ଆରମ୍ଭ ହେଲା କାଠଚିରା

କଟକ, ୬:ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ କାଠ ଚିରଟ ପକ୍ରିୟା । ପବିତ୍ର ରାମନବମୀ ଅବସରରେ ଆଜି ଠାରୁ ଅନୁକୂଳ ହୋଇଥାଏ ରଥକାଠ ଚିରଟ । ଅନୁକୂଳ ପୂର୍ବରୁ ଝାଞ୍ଜ ସଂକୀର୍ତ୍ତନ ଆଧ୍ୟାତ୍ମିକ ପରିବେଶ ଭିତରେ ପହଞ୍ଚିଥିଲା ମହାପ୍ରଭୁଙ୍କ ଅଜ୍ଞା ମାଳ । ପୁରୀ ରଥ ନିର୍ମାଣ ପାଇଁ ଆରମ୍ଭ ହେଲା ରଥକାଠ ଚିରଟ କାମ । କଟକର ଖପୁରିଆରେ ଥିବା ସରକାରୀ ସ’ମିଲ୍‌ରେ ଏହି ରଥ କାଠ ଚିରଟର ଶୁଭ ଅନୁକୂଳ କରାଯାଇଛି । ପରମ୍ପରା ଅନୁସାରେ ରାମ ନବମୀରେ ରଥ ନିର୍ମାଣ ପାଇଁ ଜଙ୍ଗଲରୁ ଆସିଥିବା କାଠ ଚିରଟ କାମ ପାରମ୍ପରିକ ଭାବେ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସେବାୟତ, ମୁଖ୍ୟ ମହାରଣା ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ରଥ କାଠ ଚିରଟ ଆରମ୍ଭ ହୋଇଛି ।ନୟାଗଡ଼ ଓ ବରଗଡ ଜଙ୍ଗଲରୁ ରଥ ତିଆରି ପାଇଁ କାଠ ସଂଗ୍ରହ ହୋଇଛି । ତିନି ରଥ ନିର୍ମାଣ ପାଇଁ ମୋଟ୍ ୮୧୮ ଖଣ୍ଡ କାଠ ଚିରଟ ହେବ । ରବିବାକ ସୁଦ୍ଧା କଟକ ସ’ମିଲ୍‌ରେ ୫ ଶହ ଖଣ୍ଡ କାଠ ପହଞ୍ଚିଛି । ଅସନ କାଠ, ଧଉରା କାଠ, ଫାଶୀ କାଠ, ସିମିଳି କାଠ ଓ ମଇ କାଠ ଭଳି ୭ ହଜାର ଘନଫୁଟ କାଠ ଚିରଟ ହେବ ।ଶ୍ରୀମନ୍ଦିରର ସେବାୟତ ଓ ମନ୍ଦିର ପ୍ରଶାସନର ଅଧିକାରୀ ମାନେ ମନ୍ଦିରରୁ ଆଜ୍ଞାମାଳ ଓ ମହାପ୍ରସାଦ ଆଣି ସ’ମିଲ୍‌ରେ ପରମ୍ପରା ମୁତାବକ ପୂଜାର୍ଚ୍ଚନା କରିବା ପରେ ରଥକାଠ ଚିରଟ ଅନୁକୂଳ ହୋଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!