ରାଜ୍ୟରେ ହେବ ଶକ୍ତି ପୀଠ କରିଡର : ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,,୮।୪: ରାଜ୍ୟର ଶକ୍ତି ପୀଠକୁ ନେଇ ନିର୍ମାଣ ହେବ ଶକ୍ତି ପୀଠ କରିଡର୍‌। ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତାରାତାରିଣୀ, ବିରଜା, ଉଗ୍ରତାରା ପୀଠକୁ ନେଇ ହୋଇଛି ଏହି ଯୋଜନା।ଏହା ସହ ଭଗବତୀ, ମଙ୍ଗଳା, କାଳିଜାଈ ଓ ଭୈରବୀ ପୀଠକୁ ନେଇ ମଧ୍ୟ ଯୋଜନା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଆଗାମୀ ୨ ବର୍ଷ ଭିତରେ ଶକ୍ତିପୀଠ କରିଡର୍ କରିବାକୁ ଲକ୍ଷ୍ୟ ରଖାଯାଇଛି।ଭକ୍ତଙ୍କ ସୁବିଧା ପାଇଁ ହେଲିକପ୍ଟର ବ୍ୟବସ୍ଥା ନେଇ ଯୋଜନା କରାଯାଇଛି। ରାଜ୍ୟରେ ଥିବା ସମସ୍ତ ଶକ୍ତିପୀଠକୁ ଏଥିରେ ଯୋଡ଼ାଯିବ। ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କରାଯିବ ଘୋଷଣା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!