ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୮।୪:ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଜଟାବାଲ ରେ ଧୂମଧାମରେ ପାଳିତ ହୋଇ ଯାଇଛି ଶ୍ରୀରାମ ନବମୀ। ଏହି ଅବସରରେ ଏକ ଧାର୍ମିକ ଶୋଭାଯାତ୍ରାରେ ହଜାର ହଜାର ଶ୍ରୀରାମ ଭକ୍ତ ହାତରେ ଶ୍ରୀରାମ ଧ୍ଵଜ ଧରି ଗ୍ରାମ ପରିକ୍ରମା କରିଥିଲେ। ଗୋରା ହରିଜନ, ଜଳନ୍ଧର ସିଂ, ଜୟସେନ୍ ନାଗେଶ ପ୍ରମୁଖ ଆୟୋଜନ ର ତଦାରଖ କରିଥିଲେ। ଅତିଥି ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଉମାକାନ୍ତ ବିଷୟୀ, ଅବିଭକ୍ତ କୋରାପୁଟ ଜିଲ୍ଲା ସଭାପତି ଜଗନ୍ନାଥ ଶତପଥୀ ଏବଂ ଭବାନୀ ବାହିନୀ ଅବିଭକ୍ତ କୋରାପୁଟ ଜିଲ୍ଲା ସାଧାରଣ ସମ୍ପାଦିକା କମଳୀନୀ ଗୋରା ଯୋଗଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କ୍ଷେତ୍ରମୋହନ ପାତ୍ର,ଗଣେଷ ନାୟକ, ବିଜୟ ସିଂ, ଶୁରେସ ବିସି, ପଙ୍କଜ ନାୟକ, ମୁନା ପାତ୍ର, ଦାମଧର୍ ପ୍ରଧାନ, ବିପିନ୍ ସିଂ, ବିପିନ୍ ଭୁକ୍ତା ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |