କେନ୍ଦୁଝର ,୧୦।୪: ଗୁରୁବାର ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକ୍ୟାପଟର ଯୋଗେ ଆସି ଦିନ ୧୦.୪୦ଟା ମିନିଟ ସମୟରେ ରିଜର୍ଭ ପୁଲିସ ଗ୍ରାଉଣ୍ଡ ଠାରେ ପହଞ୍ଚି ସେଠାରୁ ଦିନ ୧୧ଟା ସମୟରେ ହ୍ୟାଣ୍ଡବଲ ଷ୍ଟାଡିୟମ ଯାଇ ସେଠାରେ ଚାଲିଥିବା ୩୯ତମ ସବ ଜୁନିୟର ବାଳକ ହ୍ୟାଣ୍ଡବଲ ଚମ୍ପିୟାନ ସିପରେ ଯୋଗ ଦେଇଥିଲେ। ତାଙ୍କ ସହ ପାଟଣା ବିଧାୟକ ଡାକ୍ତର ଫକିର ମୋହନ ନାଏକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଏଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।ପ୍ରତି ବ୍ଲକରେ ଖେଳ ପଡିଆ ଓ ପଞ୍ଚାୟତରେ ମିନି ଷ୍ଟାଡିୟମ ହେବ ଓ ଗୋଟିଏ ଗୋଟିଏ ଇନଡୋର ଷ୍ଟାଡିୟମ ମଧ୍ୟ ହେବ। ୧୪ଟି ଇନଡୋର ସୁଇମିଂ ପୁଲ, ତୀରନ୍ଦାଜ ଉନ୍ନତି ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦୁଝରର ହ୍ୟାଣ୍ଡବଲ ପଡିଆ ଏସିଆ ମହାଦେଶର ପ୍ରଥମ ସିସ୍ଥେଟିକ ପଡ଼ିଆ। ଆମ ସରକାର ଖେଳ ସହ ରାଜ୍ୟର ବିକାଶ ପାଇଁ ଗୁରୁତ୍ଵ ଦେଉଛନ୍ତି। ହ୍ୟାଣ୍ଡବଲର ଆହୁରି ଉନ୍ନତି ସହ ଅନ୍ତର୍ଜାତୀୟ ସ୍ତରର ଖେଳାଳୀ ପ୍ରସ୍ତୁତ ପାଇଁ ଯାହା ଦରକାର ସରକାର ପ୍ରଦାନ କରିବେ ବୋଲି ଆହ୍ୱାନ ଦେଇଥିଲେ। ଏଥି ସହ ରାଜ୍ୟରୁ ପ୍ରଥମ ଥର ପାଇଁ ଭାରତର ଜୁନିୟର ଟିମର ଯୁଗ୍ମ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ପ୍ରଣୟ କୁମାର ପାଣିଙ୍କୁ ଷ୍ଟେଜକୁ ଡାକି ସମ୍ବର୍ଦ୍ଧିତ କରିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |