ନୂଆଦିଲ୍ଲୀ,୧୦।୪: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ପଦ୍ମ ପୁରସ୍କାର ୨୦୨୫ ପାଇଁ ଅନଲାଇନ ନାମାଙ୍କନ ଏବଂ ସୁପାରିଶ ଲାଗି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ଯୋଗ୍ୟ ପ୍ରାର୍ଥୀମାନେ ପଦ୍ମ ପୁରସ୍କାର ପାଇଁ ମନୋନୟନ କରିପାରିବେ। ଏହି ବିଜ୍ଞପ୍ତି ଅନୁଯାୟୀ, ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ଯୋଗ୍ୟ ପ୍ରାର୍ଥୀଙ୍କ ସୁପାରିଶ ଜୁଲାଇ୩୧, ୨୦୨୫ ସୁଦ୍ଧା ଅନଲାଇନରେ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ପଦ୍ମ ପୁରସ୍କାର ପାଇଁ ଅନଲାଇନ ନାମାଙ୍କନ ଏବଂ ସୁପାରିଶ କେବଳ ଜାତୀୟ ପୁରସ୍କାର ପୋର୍ଟାଲ https://awards.gov.in ମାଧ୍ୟମରେ ଦାଖଲ କରାଯାଇପାରିବ।ପଦ୍ମ ପୁରସ୍କାର ପାଇଁ ମନୋନୟନ ଏବଂ ସୁପାରିଶ କରିବା ପାଇଁ, ଜାତୀୟ ପୁରସ୍କାର ପୋର୍ଟାଲର ଦିଆଯାଇଥିବା ଫର୍ମାଟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଏବଂ ଏକ ପ୍ରଶଂସାପତ୍ର ଦେବାକୁ ପଡିବ। ପ୍ରାର୍ଥୀଙ୍କ ବିଷୟରେ, ତାଙ୍କର ସଫଳତା ବିଷୟରେ କିମ୍ବା ସେ ଯେଉଁ କ୍ଷେତ୍ରରେ ସେବା କରିଛନ୍ତି ଏବଂ ହାସଲ କରିଛନ୍ତି ସେ ବିଷୟରେ ସମ୍ପୂର୍ଣ୍ଣ ବର୍ଣ୍ଣନା ସହିତ ସର୍ବାଧିକ ୮୦୦ ଶବ୍ଦର ପ୍ରଶଂସା ପତ୍ର ହେବା ଉଚିତ। ନାମାଙ୍କନ କିମ୍ବା ସୁପାରିଶ ପୂରଣ କରିବା ସମୟରେ, ଲୋକମାନଙ୍କୁ ନିଶ୍ଚିତ କରିବାକୁ ପଡିବ ଯେ ସମସ୍ତ ଆବଶ୍ୟକୀୟ ସୂଚନା ପୋର୍ଟାଲରେ ଦିଆଯାଇଥିବା ଫର୍ମାଟରେ ସ୍ପଷ୍ଟ ଭାବରେ ପୂରଣ କରାଯାଇଛି। ଚଳିତ ବର୍ଷ ଜୁଲାଇ ୩୧, ୨୦୨୫ ସୁଦ୍ଧାସୁପାରିଶ ଦାଖଲ କରିବାକୁ ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନକୁ ପରାମର୍ଶ ଦିଆଯାଇଛି।୧୯୫୪ ମସିହାରେ ଭାରତରେ ପଦ୍ମ ପୁରସ୍କାର ଆରମ୍ଭ ହୋଇଥିଲା। ପଦ୍ମ ପୁରସ୍କାର ହେଉଛି ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର, ଯେଉଁଥିରେ ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଅନ୍ତର୍ଭୁକ୍ତ। ଏହି ତିନୋଟି ପଦ୍ମ ପୁରସ୍କାର ଯେକୌଣସି କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଏବଂ ସେବାକୁ ସ୍ବୀକୃତି ଦେବା ପାଇଁ ପ୍ରଦାନ କରାଯାଏ। ପ୍ରତିବର୍ଷ ଜାନୁଆରୀ ୨୬ତାରିଖରେ ଗଣତନ୍ତ୍ର ଦିବସ ଅବସରରେ ଏହି ପଦ୍ମ ପୁରସ୍କାରରେ ସମ୍ମାନିତ ହେବାକୁ ଥିବା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଏ। ଜାତି, ଧର୍ମ, ବୃତ୍ତି, ପଦବୀ କିମ୍ବା ଲିଙ୍ଗର କୌଣସି ଭେଦଭାବ ବିନା ଦେଶର ରାଷ୍ଟ୍ରପତି ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଏହି ପୁରସ୍କାର ପ୍ରଦାନ କରନ୍ତି।ୟୁଜିସି ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ପଦ୍ମ ପୁରସ୍କାର ପାଇଁ କୌଣସି ବ୍ୟକ୍ତିଙ୍କୁ ମନୋନୀତ କରିବା କିମ୍ବା ସୁପାରିଶ କରିବା ପୂର୍ବରୁ, ଏହି କଥାଗୁଡ଼ିକୁ ମନେ ରଖିବା ଉଚିତ ଯେ ପଦ୍ମ ପୁରସ୍କାର ପାଇଁ ସୁପାରିଶ କରାଯାଇଥିବା ବ୍ୟକ୍ତିଙ୍କ ଜୀବନବ୍ୟାପୀ ସଫଳତା ଏହି ପୁରସ୍କାର ପାଇବା ପାଇଁ ସବୁଠାରୁ ଯୋଗ୍ୟ କି? ଏହା ବ୍ୟତୀତ, ଏହା ମଧ୍ୟ ମନେ ରଖିବା ଉଚିତ ଯେ ଯେଉଁ ବ୍ୟକ୍ତିଙ୍କୁ ସୁପାରିଶ କରାଯାଉଛି ତାଙ୍କୁ ପୂର୍ବରୁ କୌଣସି ଜାତୀୟ ପୁରସ୍କାର କିମ୍ବା ରାଜ୍ୟ ପୁରସ୍କାର ଦିଆଯାଇଛି କି ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |