ଆଜି ଓଡ଼ିଶାରେ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ଯୋଜନା

 କଟକ,୧୧।୪: କଟକ ବାଲିଯାତ୍ରା ତଳ ପଡିଆରେ ଶୁକ୍ରବାର ଆୟୁଷ୍ମାନ୍‌ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ୍‌ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ କରାଯିବ।ଆଜି ଓଡ଼ିଶାରେ ଲୋକାର୍ପଣ ହେବ ଆୟୁଷ୍ମାନ ଭାରତ ଯୋଜନା । ଏହାସହିତ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ବୟୋବନ୍ଦନାର ମଧ୍ୟ ଶୁଭାରମ୍ଭ ହେବ ।କଟକର ବାଲିଯାତ୍ରା ପଡିଆରେ ଏନେଇ ଆୟୋଜନ କରାଯାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଯୋଗା ଦେଇ ଏହି ଯୋଜନାକୁ ଲୋକାର୍ପଣ କରିବେ । ରାଜ୍ୟର ସାଢେ 3 କୋଟି ଲୋକ ଏହି ମାଗଣା ସ୍ବାସ୍ଥ୍ୟସେବା ପାଇବେ ।ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ବିନୀ ବୈଷ୍ଣବ, ଜୁଏଲ ଓରାମ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେବେ ।ଓଡ଼ିଶାବାସୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ଏହି ତିନୋଟି ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନାମାନଙ୍କରେ ରାଜ୍ୟରେ 1.3  କୋଟି ପରିବାରର ସାଢେ 3 କୋଟି ଲୋକ ଯୋଡି ହେବେ ।70 ବର୍ଷରୁ ଉର୍ଦ୍ଧ୍ବ ବୟସ୍କାଙ୍କୁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ସାମିଲ କରାଯିବ । ଆଜି ପାଇଁ 12 ଜିଲ୍ଲାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ଏଥିରେ ରାଜ୍ୟ ସରକାରଙ୍କ 12 ମନ୍ତ୍ରୀ ଯୋଗ ଦେବେ । ତେବେ ପ୍ରତି ପରିବାରକୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!