ଭୁବନେଶ୍ୱର,୧୧।୪: ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ କୁଖ୍ୟାତ ବ୍ରାଉନସୁଗାର ବ୍ୟବସାୟୀ ଶେଖ ଜାମସେଦ ଆହତ ହୋଇଛନ୍ତି। କମିଶନରେଟ ପୋଲିସର ସ୍ୱତନ୍ତ୍ର ଅପରାଧ ୟୁନିଟ୍ ଦ୍ୱାରା ଏହି ଅପରେସନ କରାଯାଇଥିଲା। ଖଣ୍ଡଗିରି ଅଞ୍ଚଳରେ ଏକ ବ୍ରାଉନସୁଗାର ବେପାରୀକୁ ଏନକାଉଣ୍ଟର କରିଛି ସ୍ବତନ୍ତ୍ର କ୍ରାଇମ୍ ୟୁନିଟ୍ । ବ୍ରାଉନସୁଗାର ବେପାରୀ ଶେଖ୍ ଜାମସେଦ ବୋଲି ପରିଚୟ ମିଳିଛି । ଏନକାଉଣ୍ଟର ସମୟରେ ତା ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି ବିଭାଗ ।ଗୁରୁତର ଅବସ୍ଥାରେ ଶେଖ ଜାମସେଦଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପର୍ଯ୍ୟବେକ୍ଷଣରେ ଅଛନ୍ତି ଏବଂ ତାଙ୍କ ଅବସ୍ଥା ଗୁରୁତର କିନ୍ତୁ ସ୍ଥିର ରହିଛି।କମିଶନରେଟ୍ ପୋଲିସ ସୂତ୍ରରୁ ପ୍ରକାଶ ଯେ ଜାମସେଦ ଅନେକ ସମୟ ଧରି ନଜରରେ ଥିଲା ଏବଂ ନିଶା କାରବାରର ଏକାଧିକ ମାମଲାରେ ଜଡିତ ଥିଲା। ଏହି ସଫଳ ଏନକାଉଣ୍ଟର ରାଜ୍ୟରେ ନିଶାଦ୍ରବ୍ୟ ବିରୋଧରେ ଚାଲିଥିବା କାର୍ଯ୍ୟାନୁଷ୍ଠାନରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |