୧୮ ଦିନିଆ ରିମାଣ୍ଡରେ ତହବୁର ରାଣା

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଗୁରୁବାର (୧୦ ଏପ୍ରିଲ, ୨୦୨୫) ଭାରତ ଅଣାଯାଇଛି। ଏନଆଇଏ ଟିମ ଏକ ସ୍ବତନ୍ତ୍ର ବିମାନ ଯୋଗେ ତହୱୁରଙ୍କୁ ଆମେରିକାରୁ ଦିଲ୍ଲୀ ଆଣିଥିଲା। ଏହି ସମୟରେ, NIA ତାଙ୍କୁ ଗିରଫ କରିବା ସମୟରେ ତହୱୁର ରାଣାଙ୍କ ଏକ ଫଟୋ ସାମ୍ନାକୁ ଆସିଛି।୨୦୦୮ ମୁମ୍ବାଇ ଆତଙ୍କୀ ହମଲାର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ସ୍ୱତନ୍ତ୍ର କୋର୍ଟରେ ହାଜର ପରେ ୧୮ ଦିନିଆ ରିମାଣ୍ଡରେ ନେଇଛି NIA । ରିମାଣ୍ଡରେ ନେଇ ପଚରାଉଚରା କରିବାକୁ NIA ୨୦ ଦିନ ମାଗିଥିଲା । ତେବେ ୧୮ ଦିନ ଅନୁମତି ଦେଇଛନ୍ତି ପଟିଆଲା ହାଉସକୋର୍ଟ । ଏହାପରେ ରାଣାକୁ NIA ହେଡକ୍ବାର୍ଟର ଅଣାଯାଇଛି । ସେଠାରେ ତିଆରି ହୋଇଥିବା ସ୍ବତନ୍ତ୍ର ସେଲରେ ରାଣାକୁ ଜେରା କରାଯିବ । ଏହି ୧୮ ଦିନ ମଧ୍ୟରେ ରାଣାଠାରୁ ୨୬/୧୧ ମୁମ୍ବାଇ ଆତଙ୍କୀ ଆକ୍ରମଣର ସବୁ ଷଡଯନ୍ତ୍ରର ଖୁଲାସା କରିବାକୁ ଯୋଜନା ପ୍ରସ୍ତୁତ କରିଛି NIA । ଜାତୀୟ ତଦନ୍ତକାରୀ ସଂସ୍ଥା (NIA) କହିଛି ଯେ ପାକିସ୍ତାନୀ ବଂଶୋଦ୍ଭବ ୬୪ ବର୍ଷୀୟ କାନାଡିଆନ ନାଗରିକ ରାଣାଙ୍କୁ ଗୁରୁବାର ସାରେ ଏକ ସୱତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଥିଲା, ଏହା ଦ୍ୱାରା ତାଙ୍କୁ କେବେ ଏବଂ କିପରି ପ୍ରତ୍ୟର୍ପଣ କରାଯିବ ସେ ବିଷୟରେ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି।ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଅଭିଯୁକ୍ତ ତହୱୁର ରାଣାଙ୍କୁ ଆମେରିକାରୁ ପ୍ରତ୍ୟର୍ପଣ କରାଯିବା ପରେ ପଟିଆଲା ହାଉସ କୋର୍ଟରେ ହାଜର କରାଯିବ। CISF ବ୍ୟତୀତ, କୋର୍ଟ ବାହାରେ ଅନ୍ୟାନ୍ୟ ଅର୍ଦ୍ଧସାମରିକ ବାହିନୀର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି ଏବଂ କୌଣସି ଅପ୍ରୀତିକର ଘଟଣା ଏଡାଇବା ପାଇଁ ପରିଦର୍ଶକମାନଙ୍କୁ କଡ଼ା ଯାଞ୍ଚ କରାଯାଉଛି।
ତିହାର ଜେଲ ଅଧିକାରୀମାନେ କହିଛନ୍ତି ଯେ ରାଣାଙ୍କୁ ଏକ ହାଇ ସିକ୍ୟୁରିଟି ଜେଲ ୱାର୍ଡରେ ରଖିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ଏବଂ ସେମାନେ କୋର୍ଟଙ୍କ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ତହୱୁର ରାଣାଙ୍କ ଉପରେ ଡେଭିଡ କୋଲମ୍ୟାନ ହେଡଲି, ଲସ୍କର-ଏ-ତୈବା (LeT), ହରକତ-ଉଲ-ଜିହାଦି ଇସଲାମି (HUJI) ଏବଂ ଅନ୍ୟାନ୍ୟ ପାକିସ୍ତାନୀ ଆତଙ୍କବାଦୀଙ୍କ ସହ ମିଶି ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚନା କରିବାର ଅଭିଯୋଗ ଅଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!