ନବରଙ୍ଗପୁର (ମିହିର ଶଙ୍କର ପାତ୍ର)୧୧।୦୪:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ଜଗନ୍ନାଥଗୁଡା ଗ୍ରାମରେ ଡ୍ରେନରେ ପଡି ଯାଇ ଜଣେ ଯୁବକ ର ମୃତ୍ୟୁ ଘଟିଥିବା ନେଇ ବୁଧବାର ରାତିରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ଜଗନ୍ନାଥଗୁଡା ଗ୍ରାମର ଖଗପତି ବିନ୍ଧାଣି (୪୦) ପ୍ରତିଦିନ ରାତିରେ ମଦ୍ୟପାନ କରି ଘରକୁ ଫେରିଥାନ୍ତି | ବୁଧବାର ଦିନ ରାତ୍ରିରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରିଥିଲେ | ଫେରିବା ସମୟରେ ରାତ୍ର ପ୍ରାୟ ୮ ଘ. ରୁ ୯ ଘ. ସମୟ ହେବ ଘର ପାଖରେ ଥିବା ଡ୍ରେନ ଭିତରକୁ ପଡି ଯାଇ ଆହତ ହୋଇଥିଲେ | ଡ୍ରେନରେ ପଡିଯିବାରୁ ଖଗପତି ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା | ପରିବାର ଲୋକେ ସଙ୍ଗେ ସଙ୍ଗେ ଖଗପତିଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କୁ ଡାକ୍ତର ପରୀକ୍ଷା କରି ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ସ୍ତ୍ରୀ ଫୁଲମତି ବିନ୍ଧାଣି ବୁଧବାର ରାତ୍ରୀ ୧୧.୩୦ ଘ. ସମୟରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଗୁରୁବାର ସକାଳେ ଥାନା ଏଏସଆଇ ଗୋପାଳକୃଷ୍ଣ ହାଲୱା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୨/୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |