ଭୁବନେଶ୍ୱର, ୧୧ା୪:ଆଜି ହେଉଛି ବିଶ୍ୱ ଛେନା ପୋଡ଼ ଦିବସ । ମିଠା ଭିତରେ ରାଜା ବୋଲାଯାଉଥିବା ଛେନା ପୋଡ଼ର ଉତ୍ପତିସ୍ଥଳ ହେଉଛି ଦଶପଲ୍ଲା । ନୟାଗଡ଼ ଦଶପଲ୍ଲାର ସୁଦର୍ଶନ ସାହୁ ଓ ବାପା ବିଦ୍ୟାଧର ସାହୁ ହେଉଛନ୍ତି ଛୋନାପୋଡ଼ର ଶ୍ରଷ୍ଟା ।ପ୍ରତ୍ୟେକଟି ଓଡ଼ିଆଙ୍କ ପ୍ରିୟ ମିଠା ଛେନାପୋଡ଼ । କେବଳ ଓଡ଼ିଶାରେ ନୁହେଁ ଦେଶବିଦେଶରେ ମଧ୍ୟ ରହିଛି ଛେନାପୋଡ଼ର ଚାହିଦା । ଛେନାପୋଡ ଖାଇବାକୁ କାହାକୁ ବା ଭଲ ନ ଲାଗେ । ଛେନାପୋଡକୁ ଦେଖିଦେଲେ ପାଟିକୁ ପାଣି ଆସିଯାଏ । ଛେନାପୋଡ଼ ତିଆରି କରିବା ସରଳ କିନ୍ତୁ ତା’ର ଭାଗମାପ ଜାଣିବା ଜରୁରୀ । ପିଲାଠାରୁ ବୁଢ଼ା ସମସ୍ତେ ଏହି ମିଠା ଖାଇବାକୁ ଆଗ୍ରହ ପ୍ରକାଶ କରନ୍ତି ।ଦେହ ପାଇଁ ମଧ୍ୟ ଏହା ବେଶ୍ ହେଲଦି । କାରଣ ଛେନା, ଚିନି ବା ଗୁଡ଼ ଛଡ଼ଶ ଏଥିରେ ଆଉ କୌଣସି ସାମଗ୍ରୀ ବ୍ୟବହାର କରାଯାଏ ନାହିଁ । ବାସ୍ନା ପାଇଁ ଏଥିରେ ଗୁଜୁରାତି ଗୁଣ୍ଡ ମିଶାଯାଏ ।୨୦୨୨ରୁ ବିଶ୍ୱ ଛେନା ପୋଡ଼ ଦିବସ ପାଳନ କରାଯାଉଛି । ସୁଦର୍ଶନଙ୍କ ଜନ୍ମଦିନ ଏପ୍ରିଲ ୧୧କୁ ହିଁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |