ଶିଶୁ ଭବନର ନୂଆ କୋଠା ଉଦ୍‌ଘାଟନ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କଟକ ୧୧ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ବହୁବିଧ ଉପଯୋଗୀ ଚିକିତ୍ସାଳୟ ଲୋକାର୍ପିତ ହୋଇଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ନାତକୋତ୍ତର ଶିଶୁ ଚିକିତ୍ସା ପ୍ରତିଷ୍ଠାନର ୭ ମହଲା ବିଶିଷ୍ଟ ବହୁବିଧ ଉପଯୋଗୀ ଚିକିତ୍ସାଳୟ ଓ ଛାତ୍ରାବାସର ଶୁଭ ଉଦ୍ଘାଟନ କରିଛନ୍ତି । ୧୫୨.୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ୭ ମହଲା ବିଶିଷ୍ଟ ଏହି ମଲ୍ଟି-ୟୁଟିଲିଟି ହସ୍ପିଟାଲ କମ୍ପ୍ଲେକ୍ସ ଶିଶୁ ଚିକିତ୍ସା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ । ଏହି କ୍ୟାମ୍ପସ୍‌ରେ ଶିଶୁମାନଙ୍କ ପାଇଁ ରହିଛି ୮୪୬ଟି ଶଯ୍ୟା ରହିଛି, ସେଥିମଧ୍ୟରୁ ୧୪୦ଟି  ଆଇସିୟୁ ଶଯ୍ୟା, ୨୨୭ଟି ନବଜାତ କେୟାର୍ ବେଡ୍‌, ଏସଏନସିୟୁ ପାଇଁ ୪୮ଟି ଶଯ୍ୟା, ପେଡିଆଟ୍ରିକ ମେଡ଼ିସିନ ପାଇଁ ୨୫୯ଟି ଶଯ୍ୟା, ପେଡିଆଟ୍ରିକ୍ ନେଫ୍ରୋଲୋଜି ପାଇଁ ୩୦ଟି ଶଯ୍ୟା, ସଂକ୍ରାମକ ରୋଗ ପାଇଁ ୨୬ଟି ଶଯ୍ୟା, ପେଡିଆଟ୍ରିକ୍ ସର୍ଜରୀ ପାଇଁ ୬୦ଟି ଶଯ୍ୟା, ଏନଆରସି ପାଇଁ ୧୦ଟି ଶଯ୍ୟା ଏବଂ କାଜୁଆଲିଟି ପାଇଁ  ୪୬ଟି ଉତ୍ସର୍ଗୀକୃତ ଶଯ୍ୟା ଉପଲବ୍ଧ ରହିଛି । ଏଥିସହ ମାଗଣା  ଔଷଧ ବଣ୍ଟନ ପାଇଁ ୪ଟି  ଔଷଧ ବିତରଣ କେନ୍ଦ୍ର (DDC) ଓ  ୧୮୦ ଜଣ ଆବାସିକ ଡାକ୍ତରଙ୍କ ପାଇଁ ଏକ ହଷ୍ଟେଲ ରହିଛି । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହଲିଙ୍ଗ, କଟକ ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ କଟକ ବିଧାୟିକାଙ୍କ ସମେତ ସ୍ବାସ୍ଥ୍ୟ ସଚିବ ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଆଗାମୀ ଦିନରେ ଶିଶୁ ଭବନ ଶିଶୁ ଚିକିତ୍ସା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ଅଧ୍ୟାୟ ସୃଷ୍ଟି କରିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!