ମିଆଁମାରରେ ପୁଣି ଭୂକମ୍ପ ଝଟକା

ନୂଆଦିଲ୍ଲୀ,୧୩।୪:ମିଆଁମାରରେ ୧୩ ଏପ୍ରିଲ୍ ୨୦୨୫ ରବିବାର ସକାଳୁ ସକାଳୁ ପୁଣି ଥରେ ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହୋଇଥିଲା, ଯାହା ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ପଳାଇ ଆସିଥିଲେ । ରବିବାର ସକାଳେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ତୀବ୍ରତା ଥିଲା ବୋଲି ଜଣାପଡିଛି ।ହିମାଚଳ ପ୍ରଦେଶ ମଣ୍ଡିରେ ଭୂକମ୍ପ । ଭୂକମ୍ପର ତୀବ୍ରତା ୩.୪ ରହିଛି ।ସକାଳ ପ୍ରାୟ ୯ଟା ୧୮ ମିନିଟରେ ସ୍ଥାନୀୟ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହେଉଛି ।ନିକଟରେ ହୋଇଥିବା ଭୂ-କମ୍ପରେ ବହୁତ କ୍ଷୟକ୍ଷତି ହୋଇଥିଲା, ଯେଉଁଥିରେ ତିନି ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି ଅନୁଯାୟୀ, ୧୩ ଏପ୍ରିଲ୍ ୨୦୨୫ ସକାଳ ୦୭:୫୪:୫୮ ସମୟରେ ମିଆଁମାରରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିର ମାତ୍ର ୧୦ କିଲୋମିଟର ଗଭୀରରେ ଥିଲା । ବର୍ତ୍ତମାନ କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତିର ଖବର ନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!