ନୂଆଦିଲ୍ଲୀ,୧୩।୪: ବାଂଲାଦେଶ ଏକ କୋର୍ଟ ରବିବାର ଦିନ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ତାଙ୍କ ଭଉଣୀ ରେହାନା, ବ୍ରିଟିଶ ସାଂସଦ ଟୁୂଲିପ ରିଜୱାନା ସିଦ୍ଦିକ ଏବଂ ୫୦ ଜଣ ଅନ୍ୟମାନଙ୍କ ବିରୋଧରେ ରାଜନୈତିକ ଆସନର ଦୂରୁପଯୋଗ କରି ବେଆଇନ ଜମି ଦଖଲ ମାମଲାରେ ଗିରଫଦାରୀ ୱାରେଣ୍ଟ ଜାରି କରିଛନ୍ତି।ବାଂଲାଦେଶର ଏକ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ତାଙ୍କ ଭଉଭନୀ ଶେଖ ରେହନା, ବ୍ରିଟିଶ ସାଂସଦ ଟ୍ୟୁଲିପ ରିଜଓ୍ଵାନ ସିଦ୍ଦିକି ଓ ୫୦ ଅନ୍ୟ ବିରୋଧରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି। ରାଜନୈତିକ କ୍ଷମତାର ଦୁରୁପଯୋଗ କରି ବେଆଇନ ଭୂମି ଅଧିଗ୍ରହଣ କରିବା ଅଭିଯୋଗରେ ଗିରଫ ପରଓ୍ଵାନା ଜାରି କରାଯାଇଛି। ଢାକା ଟ୍ରିବ୍ୟୁନର ଖବର ଅନୁଯାୟୀ, ଢାକା ମେଟ୍ରୋପୋଲିଟନର ବରିଷ୍ଠ ସ୍ଵତନ୍ତ୍ର ନ୍ୟାୟାଧୀଶ ଜାକିର ହୁସେନ ଦୁର୍ନୀତି ନିରୋଧୀ ଆୟୋଗ(ଏସିସି) ଦ୍ଵାରା ଦାୟର ତିନି ଅଲଗା ଅଲଗା ଅଭିଯୋଗ ପତ୍ର ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି।ବିଚାରପତି ହୁସେନ ଗିରଫଦାରୀ ସଂପର୍କିତ ରିପୋର୍ଟର ସମୀକ୍ଷା ପାଇଁ ଏପ୍ରିଲ ୨୭ ତାରିଖ ଧାର୍ଯ୍ୟ କରିଛନ୍ତି। ଦୁର୍ନୀତିର ତିନି ଅଲଗା ଅଲଗା ମାମଲାରେ ହସିନା ସମେତ ୫୩ ଜଣଙ୍କ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ଏହି ସବୁ ଅଭିଯୁକ୍ତ ଫେରାର ଅଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଶେଖ ହସିନାଙ୍କ ବିରୋଧୀମାନଙ୍କୁ ଆଉ ଏକ ସୁଯୋଗ ମିଳି ଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |