ଭୁବନେଶ୍ୱର,୧୪ା୪:ଆଜି ହେଉଛି ପବିତ୍ର ପଣା ସଂକ୍ରାନ୍ତି। ଓଡ଼ିଆ ପରମ୍ପରାନୁଯାୟୀ ଏହି ଦିନଠାରୁ ଓଡିଆ ନୂଆ ବର୍ଷ ଆରମ୍ଭ ହୋଇଥାଏ। ଏହାଛଡ଼ା ଏହି ଦିନକୁ ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତି ଭାବେ ମଧ୍ୟ ପାଳନ କରାଯାଏ। ଏହା ସାଧାରଣତଃ ଅପ୍ରେଲ ୧୪ (ବୈଶାଖ ୧) ତାରିଖରେ ପଡ଼େ। ଏହି ଦିନଠାରୁ ବସନ୍ତ ଋତୁର ଶେଷ ହେବା ସହ ଗ୍ରୀଷ୍ମଋତୁ ଆରମ୍ଭ ହୋଇଥାଏ।ଚଇତି ପର୍ବ ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଘଟଗାଁ ମା’ ତାରିଣୀ ମନ୍ଦିରରେ ପାଳିତ ଏକ ପ୍ରସିଦ୍ଧ ଧାର୍ମିକ ଓ ସାଂସ୍କୃତିକ ଉତ୍ସବ। ଏହା ଚୈତ୍ର ମାସରେ, ସାଧାରଣତଃ ମାର୍ଚ୍ଚ-ଏପ୍ରିଲ ମାସରେ, ଚାରି ମଙ୍ଗଳବାର ଧରି ଅତ୍ୟନ୍ତ ଜାକଜମକରେ ପାଳନ କରାଯାଏ। ଏହି ପର୍ବ ମା’ ତାରିଣୀଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧାର ପ୍ରତୀକ ଏବଂ ଓଡ଼ିଶାର ଅନ୍ୟତମ ଶକ୍ତିପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଘଟିଥାଏ।ମା’ ତାରିଣୀଙ୍କୁ ଶକ୍ତିର ଦେବୀ ରୂପେ ପୂଜା କରାଯାଏ। ଏହି ପର୍ବରେ ଭକ୍ତମାନେ ମା’ଙ୍କ ନିକଟରେ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି। କିମ୍ବଦନ୍ତୀ ଅନୁସାରେ, ମା’ ତାରିଣୀ ଭକ୍ତଙ୍କ ସଙ୍କଟ ଦୂର କରି ଆଶୀର୍ବାଦ ପ୍ରଦାନ କରନ୍ତି। ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କେନ୍ଦୁଝରର ଘଟଗାଁସ୍ଥିତ ଆରାଧ୍ୟା ଦେବୀ ମା’ ତାରିଣୀଙ୍କ ଦର୍ଶନ ଲାଭ କରିବା ସହ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର୍ ଘୋଷଣା କରିଛନ୍ତି। ମନ୍ଦିରର ଉନ୍ନତି ନିମନ୍ତେ ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ମା’ଙ୍କ ପୀଠରେ ପାଳିତ ହେଉଛି ୮୯ ତମ ଚଇତି ପର୍ବ । ମା’ଙ୍କର ଏହି ପର୍ବକୁଆଡମ୍ବର ସହ ୭ ଦିନ ଧରି ପାଳନ କରାଯାଇଥାଏ । ମହାବିଷୁବ ପଣାସଂକ୍ରାନ୍ତି ଦିନଟି ଚଇତି ପର୍ବର ମୂଖ୍ୟ ଦିନ ଭାବେ ପାଳନ କରାଯାଇଥାଏ। ଏହି ଦିନରେ ମା’ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେଇଥାନ୍ତି । ବିଶ୍ୱାସ ରହିଛି ପଣାସଂକ୍ରାନ୍ତିରେ ମା’ଙ୍କ ଦର୍ଶନ ଲାଭ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଏଥିପାଇଁ ଘଟଗାଁ ପୀଠରେ ମା’ଙ୍କୁ ଦର୍ଶନ କରିବା ପାଇଁ ଛୁଟି ଆସନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ଭକ୍ତ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମନ୍ଦିରରେ ଭଜନ, ନୃତ୍ୟ,ଗୀତ ଆୟୋଜନ କରାଯାvଛି । ଶ୍ରଦ୍ଧାଳୁଙ୍କୁ ମାଗଣାରେ ଅନ୍ନପ୍ରସାଦ ଓ ପଣା ବଣ୍ଟନର ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |