E-KYC ଅବଧି ବୃଦ୍ଧି କଲେ ସରକାର

ଭୁବନେଶ୍ୱର,୩ା୧୧: E-KYC ଅବଧି ବୃଦ୍ଧି କଲେ ସରକାର । ଏବେ ଜାରି ରହିବ E-KYC ପ୍ରକ୍ରିୟା । 2025 ଡିସେମ୍ବର 31 ଯାଏଁ ଜାରି ରହିବ ପ୍ରକ୍ରିୟା । ଯେଉଁମାନେ କରାଇ ନାହାନ୍ତି ବର୍ଦ୍ଧିତ ସମୟ ଭିତରେ କରାଇବାକୁ ପରାମର୍ଶ ।  ଇ-କେୱାଇସି ସମ୍ପୂର୍ଣ୍ଣ କରିନଥିବା ରେସନ କାର୍ଡ ହିତାଧିକାରୀଙ୍କୁ ଆଉ ଏକ ସୁଯୋଗ ଦେଇଛନ୍ତି ରାଜ୍ୟ ସରକାର। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ରାଜ୍ୟର ସମସ୍ତ ପିଡ଼ିଏସ ହିତାଧିକାରୀଙ୍କ ଇ-କେୱାଇସି ଅବଧି ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ୨୦୨୫ ଅକ୍ଟୋବର ୩୧ ତାରିଖ ସୁଦ୍ଧା ଇ-କେୱାଇସି କରି ନଥିବା ରାଜ୍ୟର ବିଭିନ୍ନ ଜିଲାର ୧୫ ଲକ୍ଷ ୫୭ ହଜାର ରେସନକାର୍ଡ ଧାରୀଙ୍କୁ ଆଉ ଦୁଇମାସ ଅତିରିକ୍ତ ଅବଧିର ଏକ ସୁଯୋଗ ମିଳିଛି।ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ୧୧,୮୨୭ ଖାଉଟି ସୁଲଭ ମୂଲ୍ୟ ଦୋକାନ, ୩୧୪ ବ୍ଲକ୍‌ ଓ ୬୪ ପୌରାଞ୍ଚଳ କାର୍ଯ୍ୟାଳୟରେ ଥିବା ରେସନ କାର୍ଡ଼ ପରିଚାଳନା କେନ୍ଦ୍ରରେ ଇ-କେୱାଇସି କରାଯାଇପାରିବ। ଏପର୍ଯ୍ୟନ୍ତ କୌଣସି ଯୋଗ୍ୟ ହିତାଧିକାରୀଙ୍କୁ ଇ-କେୱାଇସି ହୋଇ ନ ଥିବା କାରଣରୁ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ କରାଯାଇନାହିଁ। ପ୍ରତି ମାସ ସେମାନଙ୍କୁ ମାଗଣା ଚାଉଳ ଦିଆଯାଉଛି। କିନ୍ତୁ ହିତାଧିକାରୀମାନେ ନିକଟସ୍ଥ ଖାଉଟି ସୁଲଭ ମୂଲ୍ୟ ଦୋକାନ ବା ରେସନ କାର୍ଡ଼ ପରିଚାଳନା କେନ୍ଦ୍ରକୁ ଯାଇ ନିଜ ଆଧାର ଯୁକ୍ତ ଇ-କେୱାଇସି କରାଇ ନେବା ଜରୁରୀ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!