ଚାଲିଛି ପବିତ୍ର କାର୍ତ୍ତିକ ମାସ। ଆଜି ପଞ୍ଚୁକର ତୃତୀୟ ଦିନ ସହ ବାବା ଧବଳେଶ୍ଵରଙ୍କ ପୀଠରେ ପାଳିତ ହେଉଛି ବଡ଼ଓଷା । ଏଥିଲାଗି ରାତି ୪ଟାରୁ ପହଡ ଖୋଲାଯାଇ ବାବାଙ୍କୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଛି। ବଡ ଓଷା ଉପଲକ୍ଷେ ଆଜି ସକାଳୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିବା ଲାଗି ଲକ୍ଷାଧିକ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ଆଜି ବଡ ସିଂହାର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି ବାବା।ସେପଟେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ୩ ଆଡ଼ିସିଓନାଲ ଏସପି, ୮ ଡିଏସପି, ୨୦ ଆଇଆଇସି ଙ୍କ ସହ ୧୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି। ମନ୍ଦିର ପୀଠ ମଧ୍ୟରେ ଓ ବାହାରେ ୩୨ ଟି ସିସି କ୍ୟାମେରା ଲାଗିଥିବା ଦେଖିବାକୁ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |