ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର ),୩ା୧୧:ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଧାମନାଗୁଡା ଜୟ ମା ଦନ୍ତେଶ୍ଵରୀ ଭୈରବ ମନ୍ଦିର ପଡିଆ ରେ ଅଖିଳ ଭାରତୀୟ ଆଦିବାସୀ ଭତରା ବିକାଶ ପରିଷଦର ନୁତନ ଜିଲ୍ଲା,ବ୍ଳକ କର୍ମକର୍ତ୍ତାମାନଙ୍କ ଶପଥ ପାଠ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ନବରଙ୍ଗପୁର ଜିଲ୍ଲାର ଦଶ ଗୋଟି ବ୍ଳକରୁ ଆସିଥିବା ଅଖିଳ ଭାରତୀୟ ଆଦିବାସୀ ଭତରା ବିକାଶପରିଷଦ ର ନୁତନ କର୍ମକର୍ତ୍ତା ମାନଙ୍କ ସହ ଦଶ ଗୋଟି ବ୍ଳକରୁ ୧୦ ହଜାର ରୁ ଉର୍ଦ୍ଧ ଆଦିବାସୀ ସମ୍ପ୍ରଦାୟର ଜନସାଧାରଣ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥିଲେ l ଅଖିଳ ଭାରତୀୟ ଭତରା ବିକାଶ ପରିଷଦ ନବରଙ୍ଗପ ଜିଲ୍ଲା ର ନୁତନ କର୍ମକର୍ତ୍ତା ଚୟନ କରାଯାଇ ଏଠାରେ ଶପଥ ପାଠ କରାଇଥିଲେ l ଏହି ଅବସରରେ ନବରଙ୍ଗପୁର ଜିଲ୍ଲା ପୂର୍ବତନ ସଭାପତି ଅର୍ଜୁନ ଭତ୍ରl ଙ୍କ ସଭାପତିତ୍ବରେ ସମ୍ମାନୀତ ଅତିଥି ଡାବୁଗାଁ ପୂର୍ବତନ ବିଧାୟକ ଭୂଜବଳ ମାଝୀ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ,କେନ୍ଦ୍ରୀୟ ଭତରା ସାମାଜ ସଭାପତି ଜଗଦୀଶ ଭତ୍ରl, ଉପ ସଭାପତି ଗୋପାଳ ପୂଜାରୀ ଓ ସମ୍ପାଦକ ଗୋପି ମାଝୀ, ଛତ୍ତିଶଗଡ଼ ରାଜ୍ଯ ସଭାପତି ଲଲିତ ପୂଜାରୀ, ଦନ୍ତେୱଡ଼ାର ଦନ୍ତେଶ୍ଵରୀ ମା ଙ୍କ ପୁଝାରୀ ମହାଶୟ, ଉମରକୋଟ ବ୍ଲକ ଅଧ୍ଯକ୍ଷା ରାଧା ଭତ୍ରl,ଡାବୁଗାଁ ପଞ୍ଚାୟତ ଅଧକ୍ଷା ବୀଣା ମାଝୀ,ପାପଡାହାଣ୍ଡି ବ୍ଲକ ଜିଲ୍ଲାପାରିଷଦ ସଭ୍ୟା ଡାଃ ଲିପିକା ମାଝୀ ପ୍ରମୁଖ ମଞ୍ଚାସିନ ଥିଲେ। ନବ ନିର୍ବାଚିତ ଜିଲ୍ଲା ସଭାପତି ଜଗନ୍ନାଥ ମାଝୀ ଙ୍କୁ ପୂର୍ବତନ ଜିଲ୍ଲା ସଭାପତି ଉତ୍ତରୀୟ ଓ ପୁଷ୍ପ ଗୁଚ୍ଛ ଦେଇ ସ୍ଵାଗତ କରିଥିଲେ l ଉପ ସଭାପତି ରାମ ଧର ମାଝୀ,ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ସହ ସମ୍ପାଦକ ମୋତିରାମ ନାୟକ, ସଂଯୋଜକ ଜୟ ରାମ ଭତ୍ରl ,କୋଷାଧ୍ଯକ୍ଷ ଚନ୍ଦ୍ର ପୂଜାରୀ, ସହ ନୂତନ କର୍ମ କର୍ତ୍ତାଙ୍କ ନାମ ଘୋଷଣା ସହ ଶପଥ ନେଇଥିଲେ।ନନ୍ଦାହାଣ୍ଡ ବ୍ଲକ ବ୍ୟତୀତ ୯ ଟି ବ୍ଳକର କର୍ମକର୍ତ୍ତା ଚୟନ ହୋଇ ସାରିଛି l ସମସ୍ତ ନୁତନ କର୍ମକର୍ତ୍ତା ମାନଙ୍କୁ କେନ୍ଦ୍ରୀୟ କମିଟି ସଭାପତି ଓ ନୁତନ ସଭାପତି ମଞ୍ଚ ରେ ଥିବା ସମସ୍ତ ଅତିଥି ମାନଙ୍କ ଦ୍ଵାରା ଶପଥ ପାଠ କରାଇ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା l କୋରାପୁଟ ଓ କଳାହାଣ୍ଡି ରୁ ମଧ୍ୟ କର୍ମକର୍ତ୍ତା ଆସିଥିବା ବେଳେ ଘନ ମାଝୀ ଓ ରାଜ ମନ ଭତ୍ରl ମଞ୍ଚ ପରିଚାଳନା କରିଥିଲେ l ତାଙ୍କୁ ଦୈତାରୀ ପୂଜାରୀ ଓ ନରସିଂ ମାଝୀ ସହଯୋଗ କରିଥିଲେ ଳ ଆଜି ୧୦ ହଜାରରୁ ଉର୍ଦ୍ଧ ଜନସାଧାରଣଙ୍କ ସମାଗମ ହୋଇଥିବା ବେଳେ ସମସ୍ତଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇ ଥିଲା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |