ଆନ୍ଧ୍ରରେ ଦଳାଚକଟା, ୯ ମୃତ

ନୂଆଦିଲ୍ଲୀ,,୧।୧୧ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା, ୯ ମୃତ। ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ଏକ ମନ୍ଦିର ଭିତରେ ଦଳାଚକଟା ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଏକାଦଶୀ ଉପଲକ୍ଷେ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା। ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସେପଟେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ଆହତଙ୍କୁ ତ୍ଵରିତ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।ଏକାଦଶୀ ଅବସରରେ କାସିବୁଗାସ୍ଥିତ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ କ୍ଷମତାଠାରୁ ଅଧିକ ଭକ୍ତଙ୍କ ସମାଗମ ହେବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ହଠାତ୍ ଦଳାଚକଟା ଘଟିବାରୁ ଏପର୍ଯ୍ୟନ୍ତ ୯ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଦଳାଚକଟା ହେବାରୁ ଅଣନିଶ୍ବାସୀ ହୋଇ ଅନେକ ଭକ୍ତଙ୍କ ଜୀବନ ଯାଇଥିବା କହିଛି ପୁଲିସ। ତେବେ ମନ୍ଦିରରେ ଏପରି ଦୁର୍ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ପୂର୍ବରୁ ମଧ୍ୟ ସମାନ ଦୁଃଖଦ ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଆଜି ଆମେ ଏପରି ଘଟଣାଗୁଡ଼ିକ ବିଷୟରେ ବର୍ଣ୍ଣନା କରିବୁ ଯେଉଁ ଦୁର୍ଘଟଣାରେ ହଜାର ହଜାର ଲୋକ ଏକ ଧାର୍ମିକ କାର୍ଯ୍ୟକ୍ରମ କିମ୍ବା ସ୍ଥାନରେ ଏକାଠି ହୋଇଥିଲେ ଏବଂ ଦଳାଚକଟାରେ ପ୍ରାଣ ହରାଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!