ଭୁବନେଶ୍ୱର,୧।୧୧: ଓଡ଼ିଶାକୁ ବଡ଼ ଉପହାର ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭୁବନେଶ୍ୱରର ଇନଫୋ ଭ୍ୟାଲିରେ SiCSem (ଅର୍ଦ୍ଧପରିବାହୀ ର୍ନିମାଣ ୟୁନିଟ)ର ଭୂମିପୂଜନ ସମାରୋହରେ ସେ ଭିସି ମାଧ୍ୟମରେ ଯୋଗଦେଇଛନ୍ତି । ମେକ ଇନ ଇଣ୍ଡିଆ ଏବଂ ଡିଜିଟାଲ ଇଣ୍ଡିଆର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ଅର୍ଦ୍ଧପରିବାହୀ ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ। SiCSem କଂପାନୀ ପକ୍ଷରୁ ସେମିକଣ୍ଡକ୍ଟର ୟୁନିଟ। ୨ ହଜାର ୬୭ କୋଟି ନିବେଶ କରିବ ସଂସ୍ଥା। ଏଥିରେ ସୃଷ୍ଟି ହେବ ବ୍ୟାପକ ନିଯୁକ୍ତି ସୁଯୋଗ।ରାଜ୍ୟରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ପ୍ରକଳ୍ପ ଶିଳାନ୍ୟାସ । ଭୁବନେଶ୍ୱରରେ ସେମିକଣ୍ଡକ୍ଟର ଉତ୍ପାଦନ ୟୁନିଟ୍ ଭୂମିପୂଜନ ସମାରୋହ ଅନୁଷ୍ଠିତ ହୋଇଛି । ଇନଫୋଭ୍ୟାଲିରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭିସିରେ ଉପସ୍ଥିତ ଥିଲେ ।ପ୍ରକଳ୍ପରେ ୨ ହଜାର ୬୭ କୋଟି ଟଙ୍କାର ପୁଞ୍ଜି ନିବେଶ ଯୋଜନା ରହିଛି । SiCSemର ପ୍ରକଳ୍ପ ହେଲେ ୫ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । “ମେକ୍ ଇନ୍ ଇଣ୍ଡିଆ” ଏବଂ “ଡିଜିଟାଲ୍ ଇଣ୍ଡିଆ” ର ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ଭାରତର ସେମିକଣ୍ଡକ୍ଟର ଉତ୍ପାଦନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ।ମୋବାଇଲ ଫୋନ, ଇଲେକଟ୍ରୋନିକ୍ସ ଉପକରଣର ଏକ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ସେମିକଣ୍ଡକ୍ଟର। ଟ୍ରାଞ୍ଜିଷ୍ଟର, ଡାୟୋଡ୍ ଏବଂ ଇଣ୍ଟିଗ୍ରେଟେଡ୍ ସର୍କିଟ୍ ନିର୍ମାଣ କ୍ଷେତ୍ରରେ ବିଶେଷ ସହାୟକ ହୁଏ। ଏଥିପାଇଁ ଭାରତ ବିଶେଷ କରି ଚୀନ, ତାଇୱାନ, ଦକ୍ଷିଣ କୋରିଆ, ସିଙ୍ଗାପୁର ଭଳି ଦେଶ ଉପରେ ନିର୍ଭରଶୀଳ। ତେଣୁ ଭୁବନେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସେମିକଣ୍ଡକକ୍ଟର ପ୍ରକଳ୍ପ, ଆତ୍ମନିର୍ଭର ଭାରତ କ୍ଷେତ୍ରରେ ଓଡ଼ିଶାର ଯୋଗଦାନକୁ ସୁନିଶ୍ଚିତ କରିବ ବୋଲି କୁହାଯାଉଛି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଓଡ଼ିଶାରେ ଚିପ୍ ଓ ସିପ ତିଆରି ହେବାର ପରିକଳ୍ପନା ଆଜି ବାସ୍ତବ ରୂପ ନେବାକୁ ଯାଉଛି। ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ୫ ରାଜ୍ୟ ମଧ୍ୟରେ ସ୍ଥାନ ଦେବା ଲାଗି ପ୍ରଧାନମନ୍ତ୍ରୀ ଯେଉଁ କଥା କହିଥିଲେ ସେ ଦିଗରେ ଆମେ ଆଗକୁ ବଢୁଛୁ। ଓଡ଼ିଶାରେ ଚିପ୍ ତିଆରି ଲାଗି ଇନଫୋ ଭ୍ୟାଲି-୨ ରେ ଆଜି ଏକ ୨୦୦୦ କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରେକିଂ କରାଯାଇଛି। ସେହିପରି ନିକଟରେ ଗଞ୍ଜାମ ଜିଲ୍ଲାର ବାହୁଦା ସିପ୍ ବା ଜାହାଜ ନିର୍ମାଣ ପାଇଁ ମୁମ୍ବାଇରେ MOU ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |