ନବରଙ୍ଗପୁର( ପ୍ରିୟଦର୍ଶିନୀ ପାତ୍ର), ,୧।୧୧:-ସି.ଆର.ସି.ସି. ଶିକ୍ଷାର ମେରୁଦଣ୍ଡ ନ ହୋଇ ବି. ଇ .ଓ. ଅଫିସ ଯିବା ଓ ଦିବସ କାର୍ଯ୍ୟକ୍ରମ ରେ ସମୟ ଅପଚୟ ଡାବୁଗାଁ ବ୍ଲକ ର ଡାଵୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଦେଖିବାକୁ ମିଳୁଛି ବିଚିତ୍ର ଦୃଶ୍ୟ। ଶିକ୍ଷା ଅଧିକାରୀ ଙ୍କ ମୁଖ୍ୟ ଦାୟିତ୍ୱ ଶିକ୍ଷାର ବିକାଶ ପାଇଁ ସି.ଆର.ସି.ସି.ର ମୁଖ୍ୟ ଦାୟିତ୍ଵ ରେ ଦୈନିକ ବିଦ୍ୟାଳୟରେ ପରିଦର୍ଶନ କରି ଶିକ୍ଷକ ର ଶିକ୍ଷାଦାନର ଶ୍ରେଣୀ ପର୍ଯ୍ୟବେକ୍ଷଣ ମୁଖ୍ୟ କାର୍ଯ୍ୟ ଅଟେ। ବିଭିନ୍ନ ବିଦ୍ୟାଳୟରେ ରୁ ପ୍ରଧାନ ଶିକ୍ଷକ ସହ ମତ ଦେଇଛନ୍ତି ସି.ଆର.ସି.ସି.ମାନେ ବିଦ୍ୟାଳୟ ଆସି ଵୁଲି ଯାଆନ୍ତି, ଶୈଖିକ ଅଗ୍ରଗତି ପାଇଁ ସମୀକ୍ଷା କରିନଥିବା ମତ ପ୍ରକାଶିତ କରିଥିଲେ । ସୁରଭି କାର୍ଯ୍ୟ କ୍ରମରେ ଗୋଟିଏ କ୍ଲଷ୍ଟର ରେ ସୁରଭି ହେଲେ ସମସ୍ତ ସିଆରସି ଯୋଗଦାନ କରି ନାଚ ଗୀତ ଶିକ୍ଷାଦାନର ର ଉନ୍ନତି ରେ ବିପଦ ସୃଷ୍ଟି କରୁଥିବା ଵୁଦ୍ଧି ଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଲାଣି ଯେ, ସି.ଆର.ସି.ସି. ର ଦାୟିତ୍ଵକୁ ଓ ଭୂମିକା ଠିକ୍ ରୂପେ ପରିଚାଳନା ପାଇଁ ଶିକ୍ଷା ଅଧିକାରୀଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛିା ବିଦ୍ୟାଳୟ ର ପରିବେଶ,ଶିକ୍ଷା ବିକାଶ , ଅର୍ଥ ରାଶି ର ସୁବିନିଯୋଗ ସହ ସର୍ବାଙ୍ଗୀନ ଉନ୍ନତ ର ମେରୁଦଣ୍ଡ ସିଆରସି ଅଟେ । କିନ୍ତୁ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ରେ ସିଆରସି ସମୁହ ମାସ ତମାମ ବୁଲାବୁଲି କରୁଥିବା ରୁ ଶିକ୍ଷାର ବିକଳ ଚ଼ିତ୍ର ସମସ୍ତଙ୍କୁ ଗଭୀର ଆଘାତ ଦେଉଥିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଗଣଶିକ୍ଷା ମନ୍ତ୍ରୀଙ୍କ ଜିଲ୍ଲାରେ ଅଭଳି କାର୍ଯ୍ୟରେ ଅବହେଳା କେତେଦୂର ଯୁକ୍ତିଯୁକ୍ତ।କଇଲାରୀ ଭଳି କିଛି ବିଦ୍ୟାଳୟରେ ଗ୍ରାମବାସୀଙ୍କ ଅଭିଯୋଗ ପରେ ମଧ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବର୍ଷ ବର୍ଷ ସଂଖ୍ୟାରେ ବିଦ୍ୟାଳୟରେ ଥିଲେ ମଧ୍ୟ ସେମାନଙ୍କ ଅନ୍ୟତ୍ର ବଦଳି ହେଉ ନାହିଁ। ଏଭଳି ଅନେକ ଦୃଷ୍ଟାନ୍ତ ଅଛି ଡାବୁଗାଁ ବ୍ଲିକରେ। ଖରା ଛୁଟିରେ ପିଲା ମାନଂକୁ ଦେବା ଚାଉଳ ଏବଂ ପାଇସା ମଧ୍ୟ ଆଜି ପର୍ଯ୍ୟନ୍ତ କିଛି ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କୁ ବଣ୍ଟା ଯାଇ ନାହିଁ। ଡାବୁଗାଁ ଗୋଷ୍ଟି ଶିକ୍ଷା ଅଧିକାରୀ ତଦନ୍ତ କଲେ ଏହା ଜଣାପଡିବ। ଏଥିପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀ ବିଶେଷ ଧ୍ୟାନ ଦେବା ଆବଶ୍ୟକ ହୋଇ ପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |