ଭୁବନେଶ୍ବର,୧।୧୧: ପଞ୍ଚୁକ ପାଇଁ ଆଜି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ବିଶେଷ କରି କଟକର ଧବଳେଶ୍ବର ଶୈବପୀଠ ଓ ଆରଡ଼ିର ଆଖଣ୍ଡଳମଣି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଛି। ଏହାଛଡ଼ା ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ବି ଦେଖିବାକୁ ମିଳିଛି। ଭିଡ଼ ଯୋଗୁଁ ପଞ୍ଚୁକ ଆରମ୍ଭରୁ କାର୍ତ୍ତିକ ପୂର୍ଣ୍ଣିମା ଯାଏଁ ଭିତର କାଠ ଦର୍ଶନକୁ ବନ୍ଦ କରାଯାଇଛି । ବାହାରକାଠ ନିକଟରୁ ଜଗା ଦର୍ଶନ କରି ଫେରୁଛନ୍ତି ଶ୍ରଦ୍ଧାଳୁ । ଶୃଙ୍ଖଳିତ ଦର୍ଶନ ପାଇଁ ସିଂହଦ୍ୱାର ନିକଟରେ ଧଡା ପକାଯାଇ ପର୍ଯ୍ୟାୟକ୍ରମେ ଭକ୍ତଙ୍କୁ ଛଡ଼ା ଯାଉଛି । ବ୍ୟାରିକେଡକୁ ମରିଚିକୋଟ ଛକ ଯାଏଁ ବଢାଇ ଦିଆଯାଇଛି। ହେଲେ ଭକ୍ତଙ୍କ ଏହି ଗହଳି ଭିତରେ ସବୁଠୁ ଅଧିକ ଅସୁବିଧା ଭୋଗୁଛନ୍ତି ବୟସ୍କ ଓ କୁନି କୁନି ଶ୍ରଦ୍ଧାଳୁ।ପଞ୍ଚୁକ ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇପଡିଛି। ଏନେଇ ପଞ୍ଚୁକ ଦର୍ଶନ ବ୍ୟବସ୍ଥା ସୁଗମ କରାଯାଇଛି। ମରିଚିକୋଟ ପର୍ଯ୍ୟନ୍ତ ଅସ୍ଥାୟୀ ବାଉଁଶ ବ୍ୟାରିକେଡ୍ ନର୍ମାଣ ଆରମ୍ଭ ହୋଇଛି। ବହୁ ଭକ୍ତଙ୍କ ଆଗମନ ସମ୍ଭାବନା ରହିଛି। ତେଣୁ ବଡ଼ଦାଣ୍ଡରେ ଲମ୍ବା ଧାଡ଼ିକୁ ଦୃଷ୍ଟିରେ ରଖି ମରିଚିକୋଟ ପର୍ଯ୍ୟନ୍ତ ସେଡ୍ ବ୍ୟାରିକେଡ୍ କରିବା ନେଇ ବ୍ୟବସ୍ଥା ହେଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |