ବେଲଜିୟମ,,୧୪ା୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି) ଘୋଟାଲା ମାମଲାରେ ଫେରାର ଥିବା ମେହୁଲ ଚୋକସିଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ଭାରତ ସରକାରଙ୍କ ଅପିଲ ପରେ ତାଙ୍କୁ ବେଲଜିୟମରେ ଗିରଫ କରାଯାଇଛି। ବେଲଜିୟମରୁ ଗିରଫ ହେଲା ମେହୁଲ ଚୋକସି। PNB ଘୋଟାଲା ମାମଲାରେ ଫୋରାର ଥିଲା ମେହୁଲ ଚୋକସି। ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସିକୁ ଶନିବାର CBI ଗିରଫ କରି ଜେଲରେ ରଖିଥିବା ସୂଚନା ମିଳିଛି।ଭାରତ ଛାଡି ପଳାଇବା ପରେ ମୁମ୍ୱାଇ କୋର୍ଟ ୨ ଥର ତାଙ୍କ ବିରୋଧରେ ଆରେଷ୍ଟ ଓ୍ୱାରେଣ୍ଟ ଜାରି କରିଥିଲା।ମେଁ ୨୦୧୮ ଏବଂ ଜୁନ୍ ୨୦୨୧। ଏହି ଓ୍ୱାରେଣ୍ଟ ଆଧାରରେ ତାଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ। ଖୁବଶୀଘ୍ର ମେହୁଲକୁ ଭାରତ ଆଣିବାକୁ ପ୍ରୟାସ କରୁଛି CBI।ଭାରତ ପ୍ରତ୍ୟର୍ପଣ ହେବେ କି ମେହୁଲ ଚୋକସି ? ଦେଶର ସବୁଠୁ ବଡ଼ ବ୍ୟାଙ୍କ ସ୍କାମ୍ ପିଏନବି ଘୋଟାଲାର ଅଭିଯୁକ୍ତ ମେହୁଲ ଚୋକସୀ ବେଲଜିୟମରେ ଗିରଫ। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମେହୁଲଙ୍କୁ ଗିରଫ କରିଛି ବେଲଜିୟମ ପୋଲିସ୍। ଭାରତ ସରକାରଙ୍କ ନିବେଦନ ପରେ ତାଙ୍କୁ ଗିରଫ କରାଯାଇଛି। ଖୁବ୍ଶୀଘ୍ର ତାଙ୍କୁ ଭାରତ ଫେରାଇ ଆଣିବାକୁ ବେଲଜିୟମକୁ ନିବେଦନ କରାଯାଇପାରେ। ଯଦି, ଏପରି ହୁଏ ତା ହେଲେ ଚୋକସି ଭାରତ ଫେରିବା ସମ୍ଭାବନା ଅନେକ ରହିଛି। କାରଣ, ଭାରତ-ବେଲଜିୟମ୍ ଭିତରେ ପ୍ରତ୍ୟର୍ପଣ ଚୁକ୍ତି ରହିଛି। ମୁମ୍ବାଇ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ-ପିଏନବିରୁ ୧୩ ହଜାର ୫୦୦ କୋଟି ଟଙ୍କା ଠକେଇରେ ଅଭିଯୁକ୍ତ ରହିଛନ୍ତି ଚୋକସୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |