୭ ଦିନ ମଧ୍ୟରେ କ୍ଷମା ମାଗନ୍ତୁ ନବୀନ, ନହେଲେ ନବୀନ ନିବାସ ଘେରାଉ ହେ

ଭୁବନେଶ୍ୱର,୧୪।୪: ବିଜେଡି ଉପରେ ଆକ୍ରୋଶ ଝାଡ଼ିଲେ ପିସିସି ସଭାପତି ଭକ୍ତ ଦାସ। ସିଧାସିଧା କହିଲେ ନବୀନ ଶୀଘ୍ର କଂଗ୍ରେସକୁ କ୍ଷମା ମାଗନ୍ତୁ। “ନବୀନଙ୍କୁ ୭ ଦିନ ସମୟ ଦେଉଛୁ ୭ ଦିନ ଭିତରେ ନବୀନ କ୍ଷମା ମାଗନ୍ତୁ। ନେହେଲେ ସ୍ଥିତି କିଛି ଭଲ ହେବନି”।ଭିକେ ପାଣ୍ଡିଆନଙ୍କୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସହ ତୁଳନା କରିବାର ପ୍ରସଙ୍ଗ ନେଇ କଂଗ୍ରେସ ବିଜେଡିକୁ କଡ଼ା ଜବାବ ଦେଇଛି। ବିଜେଡିକୁ କଡ଼ା ଚେତାବନୀ ଦେଇ ପିସିସି ସଭାପତି ଭକ୍ତ ଦାସ କରିଛନ୍ତି ନବୀନ ପଟ୍ଟନାୟକ ଏନେଇ କଂଗ୍ରେସକୁ କ୍ଷମା ମାଗନ୍ତୁ।ବିଜେଡିର ଜଣେ ଗୋଲାମ, ଯିଏକି ଗୋଲାମ ହୋଇ ଟିକେଟ ପାଇଥିଲେ। ହେଲେ ନିର୍ବାଚନରେ ହାରିଲେ। ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଭିକେ ପାଣ୍ଡିଆନଙ୍କ ସହ ତୁଳନା କରିଛନ୍ତି। ନେହେରୁଙ୍କୁ ନେଇ ଏ ଭଳି କହିବାକୁ ସେ କିଏ? ଏନେଇ ନବୀନ ଯଥୀଶୀଘ୍ର କ୍ଷମା ମାଗନ୍ତୁ।ଗତ ଏପ୍ରିଲ ୧୧ ତାରିଖ ଦିନ ବିଜେଡି ନେତା ସଂତୃପ୍ତ ମିଶ୍ର ନେହେରୁଙ୍କ ସହ ପାଣ୍ଡିଆନଙ୍କୁ ତୁଳନା କରିଥିଲେ। ସେ କହିଥିଲେ,  ନେହେରୁଙ୍କ ଭଳି ଓଡ଼ିଶା ରାଜନୀତିରେ ପାଣ୍ଡିଆନଙ୍କ ବ୍ୟକ୍ତିତ୍ବ। ପାଣ୍ଡିଆନ ନିଜେ ତାଙ୍କ ଗୁରୁତ୍ୱ ସମ୍ପର୍କରେ ଜାଣି ନାହାନ୍ତି। ସଂତୃପ୍ତ ମିଶ୍ରଙ୍କ ଏଭଳି ବିବଦୀୟ ମନ୍ତବ୍ୟ ପରେ ଏବେ କଂଗ୍ରେସ ଚେତାବନୀ ଦେଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!