ଡାବୁଗାଁ ବ୍ଲକର ବିଭିନ୍ନ ଦୋକାନରେ ଚଢ଼ଉ, ଜରିମାନା ଆଦାୟ

ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର):– ଡାବୁଗାଁ ବ୍ଲକ ସଦରର ବିଭିନ୍ନ ଦୋକାନ ଓ ସାପ୍ତାହିକ ହାଟ ଉପରେ ଖାଦ୍ୟ ସୁରକ୍ଷା ବିଭାଗ, ଅବକାରୀ ବିଭାଗ ତରଫରୁ ମିଳିତ ଭାବେ ଚଢ଼ଉ କରାଯାଇ ଜରିମାନା ଆଦାୟ କରାଯାଇଛି। ଡାବୁଗାଁରେ ପ୍ରାୟ ୨୬ ଟି ପାନ ଦୋକାନ, କିରାନା ଦୋକାନ ଏବଂ ଡାବୁଗାଁ ସପ୍ତାହିକ ହାଟରେ ଚଢ଼ଉ କରାଯାଇ ଗୁଟଖା ପାନମସଲା, ଖାଦ୍ୟର ମାନ, ସାପ୍ତାହିକ ହାଟରେ ନକଲି ହଳଦୀ,ମସଲା ସମାନ ଓ ଅବଧି ଆଦି ଯାଞ୍ଚ କରିଥିଲେ । ଏହି ସମୟରେ ନିୟମ ଖିଲାପ ଅଭିଯୋଗରେ ୬ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ଏଥିସ‌ହିତ ଦୋକାନୀମାନଙ୍କୁ ସଚେତନ କରାଯାଇଥିଲା । ଏହି ଚଢ଼ଉ ସମୟରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅରୁଣ କୁମାର ମହାରଣା, ଭେଷଜ ନିରୀକ୍ଷକ ଧରିତ୍ରୀ ଶବର, ଅବକାରୀ ଅଧିକାରୀ ସମୀର କୌଶଲ୍ୟା ସହ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!