ଶ୍ରୀହରିକୋଟା,୧ା୧୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ରବିବାର ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ୍ ମହକାଶ କେନ୍ଦ୍ରରୁ ସିଏମ୍ଏସ୍-୦୩ ଯୋଗାଯୋଗ ଉପଗ୍ରହକୁ କକ୍ଷପଥକୁ ଛଡ଼ାଯିବ।ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଆଜି ଏଲଭିଏମ-୩ (ବାହୁବଳୀ) ରକେଟ ଜରିଆରେ ସିଏମଏସ-୩ ଉପଗ୍ରହ ମହାକାଶକୁ ପ୍ରକ୍ଷେପଣ କରାଯିବ। ଆଜି ସନ୍ଧ୍ୟା ୫ଟା ୨୬ ମିନିଟରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉପଗ୍ରହକୁ ନେଇ ଏହି ରକେଟ ମହାକାଶକୁ ଯାତ୍ରା କରିବ। ସିଏମଏସ-୩ ଉପଗ୍ରହର ଓଜନ ୪୪ କ୍ବିଣ୍ଟାଲ ହୋଇଥିବାବେଳେ ଏହା ଭାରତୀୟ ନୌସେନା ପାଇଁ ଉଦ୍ଦିଷ୍ଟ। ଇସ୍ରୋ ପକ୍ଷରୁ ଏ ପର୍ଯ୍ୟନ୍ତ ପ୍ରକ୍ଷେପିତ ଉପଗ୍ରହ ମଧ୍ୟରେ ଏହା ସବୁଠାରୁ ଓଜନିଆ ବୋଲି ଜଣାପଡିଛି।ଏହି ଉପଗ୍ରହ କାର୍ଯ୍ୟକ୍ଷମ ହେବାପରେ ନୌସେନା ପୂର୍ବରୁ ବ୍ୟବହାର କରୁଥିବା ଜିସାଟ୍-୭ (ରୁକ୍ମିଣୀ) ଉପଗ୍ରହକୁ ସେବାନିବୃତ୍ତ କରାଯିବ ବୋଲି କୁହାଯାଇଛି। ଇତିପୂର୍ବରୁ ୨୦୨୩ରେ ବାହୁବଳୀ ରକେଟ ‘ଚନ୍ଦ୍ରଯାନ-୩’କୁ ନେଇ ମହାକାଶକୁ ଯାତ୍ରା କରିଥିଲା। ଏ ପର୍ଯ୍ୟନ୍ତ ଇସ୍ରୋ ପକ୍ଷରୁ ସାତଥର ବାହୁବଳୀ ରକେଟ ବ୍ୟବହୃତ ହୋଇସାରିଥିବାବେଳେ ସବୁଥର ଏହାର ପ୍ରଦର୍ଶନ ୧୦୦ ପ୍ରତିଶତ ସଫଳ ପ୍ରମାଣିତ ହୋଇଛି। ବାହୁବଳୀ ରକେଟର ଲମ୍ବ ୪୩.୫ ମିଟର ହୋଇଥିବାବେଳେ ଓଜନ ୬୪୨ ଟନ୍।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |