ଭଦ୍ରକ ,୧୫।୦୪ : ଭଦ୍ରକ ତିହିଡ଼ିରେ ପାଟୁଆ ଯାତ୍ରା ବେଳେ ବଡ଼ ଅଘଟଣ ଘଟିଛି। ପାଟୁଆ ଯାତ୍ରା ବେଳେ ଡିଜେ ଗାଡିରେ ଲାଗିଗଲା ୧୧ କେଭି ଇଲେକ୍ଟ୍ରି ତାର । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକ ଦୁଇଜଣ ହେଲେ ହାଟୁଆରି ଗ୍ରାମର ମାନସ ମଲ୍ଲିକ ଏବଂ ଆରସା ଗ୍ରାମର କାହ୍ନୁଆ ମହାଳିକ।ତୋରଣପଡ଼ା ଛକରେ କେତେକ ଯୁବକ ଡିଜେ ଗାଡି ଉପରକୁ ଚଢି ପତାକା ଉଡାଉଥିବା ବେଳେ ଘଟିଥିଲା ଅଘଟଣ। ଡିଜେ ଗାଡିରେ ନିଆଁ ଲାଗି ଯାଇଥିଲା। ଯେଉଁଥିରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ୮ ଜଣ ଗୁରୁତର ହୋଇଛନ୍ତି । ଯାହାକୁ ନେଇ ଭଦ୍ରକ ତିହିଡି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ମେଡିକାଲରେ ପହଞ୍ଚି ଗୁରୁତରଙ୍କୁ ଭେଟିଛନ୍ତି। କେଉଁ ପରିସ୍ଥିତିରେ ଏତେ ବଡ଼ ଅଘଟଣ ଘଟିଲା ତାହାର ତଦନ୍ତ କରାଯିବ ବୋଲି ଭଦ୍ରକ ଏସ୍ ପି କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |