ଭୁବନେଶ୍ୱର,୧୫ା୪: ଆଜିଠାରୁ ଆଉ ମାଛ ଧରିପାରିବେନି ମତ୍ସ୍ୟଜିବୀ।ଏପ୍ରିଲ ୧୫ରୁ ଜୁନ ୧୪ ଯାଏ, ଅର୍ଥାତ ଆଜିଠୁ ଆଗାମୀ ୬୧ ଦିନ ପାଇଁ ଏହି କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ପ୍ରଜନନ ସମୟରେ ମାଛ ବଂଶ ବୃଦ୍ଧି ତଥା ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ସରକାରଙ୍କ କଟକଣା ଆଜିଠାରୁ ସମୁଦ୍ରରେ ମାଛ ଧରା ନିଷେଧ। ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମାଛଧରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର।ଯେହେତୁ ଏବେ ମାଛ ମାନଙ୍କର ପ୍ରଜନନ ସମୟ। ସେଥିପାଇଁ ପ୍ରଜନନ ସମୟରେ ମାଛ ବଂଶ ବୃଦ୍ଧି ତଥା ମତ୍ସ୍ୟ ସମ୍ପଦର ସଂରକ୍ଷଣ ଉଦ୍ଦେଶ୍ୟରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି।ଏପ୍ରିଲ ୧୫ରୁ ଜୁନ୍ ୧୪ ଯାଏଁ ଅର୍ଥାତ୍ ଆଗାମୀ ୬୧ ଦିନ ଯାଏଁ ଏହି କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର। ଓଡ଼ିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ଗଞ୍ଜାମ,କୁଜଙ୍ଗ, ବାଲେଶ୍ୱର ଓ ପୁରୀ ମତ୍ସ୍ୟ ଅଧିକାରୀଙ୍କୁ ଚିଠି ଲେଖାଯାଇଛି। ଓଡ଼ିଶା ମେରାଇନ୍ ଫିସିଂ ରେଗୁଲେସନ ଆକ୍ଟ ବା (ଓମ୍ପ୍ରା)ର କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦଜିଆଯାଇଛି।ଆଇନ ଅମାନ୍ୟ କଲେ ମତ୍ସ୍ୟଜୀବୀଙ୍କୁ ଜେଲ୍ ଓ ଜରିମାନା ଭୋଗିବାକୁ ପଡିପାରେ। ମାଛଧରା ବନ୍ଦ ଦ୍ୱାରା କେବଳ ପାରାଦୀପରେ ପ୍ରାୟ ୭ଶହ ଟ୍ରଲର ମାଛ ଧରିବାରୁ ବଞ୍ଚିତ ରହିବେ ଏବଂ ସେଥିରେ ନିୟୋଜିତ ଥିବା ପ୍ରାୟ ୫ ହଜାର ମତ୍ସ୍ୟଜୀବୀ ଏବେ ଦୁଇ ମାସ ହାତ ବାନ୍ଧି ବସିବେ ବୋଲି ସୂଚନା ମିଳିଛି।ମାଛଧରା ବନ୍ଦରରେ ଟ୍ରଲରଗୁଡିକୁ ବାନ୍ଧି, ବିଭିନ୍ନ ଜିଲ୍ଲାରୁ ଆସିଥିବା ମତ୍ସ୍ୟଜୀବୀମାନେ ନିଜ ନିଜ ଘରକୁ ଫେରିବାରେ ଲାଗିଛନ୍ତି। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ମଧ୍ୟ ଏହି ୬୧ ଦିନିଆ ଅଙ୍କୁଶ ଆଜି ଠାରୁ ଲାଗୁ ହେଉଥିବା ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |