ଅନ୍ଧୁଣୀ ମା’ କୋଳରୁ ଚୋରି ହୋଇଥିବା ଶିଶୁପୁତ୍ର ଉଦ୍ଧାର

ଭୁବନେଶ୍ୱର,୧୫।୪: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର ହୋଇଛି। ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବାଲେଶ୍ୱରରୁ ପିଲା ଚୋରଙ୍କୁ ଧରିବା ସହ ଶିଶୁପୁତ୍ରଙ୍କୁ ଉଦ୍ଧାର କରିଛି। ଅନ୍ୟପକ୍ଷେ ପୋଲିସ ଅପହରଣକାରୀଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି।୨ ଦିନ ପରେ ଉଦ୍ଧାର ହେଲା ଚୋରି ଶିଶୁପୁତ୍ର। ଭୁବନେଶ୍ୱରରୁ ରାମ ମନ୍ଦିର ନିକଟରୁ ଅନ୍ଧୁଣୀ ମା’ କୋଳରୁ ବିଳମ୍ୱିତ ରାତିରେ ଚୋରି ହୋଇଥିଲା ଦେଢ଼ ବର୍ଷର ଶିଶୁପୁତ୍ର। ପୋଲିସକୁ ମିଳିଲା ବଡ଼ ସଫଳତା। ପିଲା ସହ ପିଲାଚୋରକୁ ବାଲେଶ୍ୱରରୁ ଧରିଲା ପୋଲିସ।ଉଦ୍ଧାର କରିବା ପରେ ଶିଶୁପୁତ୍ରକୁ ଭୁବନେଶ୍ୱର ଆଣୁଛି ସ୍ପେଶାଲ ଟିମ୍। ଶନିବାର ଦିନ ରାତି ପ୍ରାୟ ୩ ଟା ସମୟରେ ରାମ ମନ୍ଦିର ସମ୍ମୁଖରୁ ଚୋରି ହୋଇଥିଲା ଦେଢ଼ ବର୍ଷର ଶିଶୁପୁତ୍ର। କିଛି ସମୟ ପୂର୍ବରୁ ଚୋରର ସିସିଟିଭି ଫୁଟେଡ ସାମ୍ନାକୁ ଆସିଥିଲା।ଏତଲାକାରୀ ଜୟନ୍ତୀଙ୍କ ଦୁଇ ସନ୍ତାନ। ବଡ଼ଝିଅ ସାଇନ୍‌ ୭ ବର୍ଷ ହୋଇଥିବାବେଳେ ବର୍ଷେ ୭ ମାସର ହୋଇଥିବା ସାନପୁଅ ଶୁଭମକୁ ଅପହରଣ କରାଯାଇଥିଲା। ଜୟନ୍ତୀ ନିଳାଦ୍ରୀ ବିହାରସ୍ଥିତ ଏକ କନ୍ୟାଶ୍ରମରେ ରହୁଥିବା ବେଳେ ଗତ ୫ବର୍ଷ ହେବ ରାମମନ୍ଦିର ସାମ୍ନାରେ ଭିକ୍ଷାବୃତ୍ତି କରୁଛନ୍ତି। ଦିନରେ ଭିକ୍ଷାବୃତ୍ତି କରି ରାତିରେ କନ୍ୟାଶ୍ରମକୁ ଫେରିଯାଆନ୍ତି। ରବିବାର ରାତିରେ ବର୍ଷା ହେବାରୁ ଜୟନ୍ତୀ ଆଶ୍ରମକୁ ଫେରିପାରି ନ ଥିଲେ। ସେ ରାତିରେ ରାମମନ୍ଦିର ସାମ୍ନାରେ ରହିଯିବା ସହ ଦୁଇପିଲା ମଧ୍ୟ ତାଙ୍କ ପାଖରେ ଥିଲେ। ରାତି ପ୍ରାୟ ୧୨ଟା ବେଳେ ଜଣେ ବ୍ୟକ୍ତି ସେଠାକୁ ଆସି ସାନପୁଅ ସହ ଖେଳିଥିଲେ। ପୁଅକୁ କିଛି ଖାଦ୍ୟ ଦେବା ସହ ଜୁସ ମଧ୍ୟ ପିଇବାକୁ ଦେଇଥିଲେ। କୋଳକୁ ନେଇ ମୋବାଇଲ ଦେଖାଇଥିଲେ। ପିଲାଟି ମଧ୍ୟ ତାଙ୍କ ସହ ଖେଳିଥିଲା। ଏଭଳି ଦୁଇଘଣ୍ଟା ଧରି ଦୁର୍ବୃତ୍ତ ଜଣକ ପିଲା ସହ ହସିଖେଳି ସମୟ ବିତାଇଥିଲେ। ରାତି ପ୍ରାୟ ୨ଟା ବେଳେ ଜୟନ୍ତୀ ତାଙ୍କ ସାନପୁଅର ଡାକ ଶୁଣିବାକୁ ପାଇ ନ ଥିଲେ। ପରିବେଶ ଶୁନଶାନ ହୋଇଯିବାରୁ ଜୟନ୍ତୀ ସ୍ଥାନୀୟ ଲୋକଙ୍କୁ ଡାକ ପକାଇବା ସହ ପୋଲିସର ସାହାଯ୍ୟ ଲୋଡିଥିଲେ। ପୋଲିସ ଘଟଣାର ତଦନ୍ତ କରି ଶିଶୁପୁତ୍ରଙ୍କୁ ବାଲେଶ୍ୱରରୁ ଉଦ୍ଧାର କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!