ନୂଆଦିଲ୍ଲୀ,୧୫।୪: ଅଯୋଧ୍ୟା ରାମ ମନ୍ଦିର ଉଡ଼ାଇବାକୁ ଧମକ। ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟକୁ ଆସିଲା ଧମକପୂର୍ଣ୍ଣ ମେଲ୍। ଅଯୋଧ୍ୟାରେ ରାମଜନ୍ମ ଭୂମି ଟ୍ରଷ୍ଟକୁ ବୋମା ବିସ୍ଫୋରଣ ଧମକ । ଉତ୍ତର ପ୍ରଦେଶର କିଛି ଜିଲ୍ଲାପାଳଙ୍କୁ ମଧ୍ୟ ବ୍ଲାଷ୍ଟ ଧମକ ମିଳିଛି । ଇ-ମେଲ୍ ଦ୍ବାରା ଏହି ଧମକପୂର୍ଣ୍ଣ ମେସେଜ୍ ଆସିଛି । ଯେଉଁଥିରେ ରାମ ମନ୍ଦିରର ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ ଚେତାବନୀ ଦିଆଯାଇଛି । ଇ-ମେଲ୍ରେ ଲେଖାଯାଇଛି, ‘ବଢ଼ା ଲୋ ମନ୍ଦିର କି ସୁରକ୍ଷା’। ରାମ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ଇମେଲ୍ରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଛି… କୁହାଯାଇଛି ଯେ ଯଦି ଏହା ନ କରାଯାଏ, ତେବେ ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ। ଏହାସହ ଉତ୍ତର ପ୍ରଦେଶର ୧୦-୧୫ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସରକାରୀ ଇ-ମେଲରେ ଧମକ ମିଳିଛି।ଗତ ସୋମବାର ରାତିରେ ରାମ ଜନ୍ମଭୂମି ଟ୍ରଷ୍ଟର ମେଲରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ସେଥିରେ ଲେଖାଥିଲା- ମନ୍ଦିରର ସୁରକ୍ଷା ବଢ଼ାଅ।ଏହା ପରେ ଅଯୋଧ୍ୟାର ସାଇବର ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଥିଲା। ସାଇବର ସେଲ୍ ଏହି ମାମଲାର ତଦନ୍ତ କରୁଛି।ଧମକପୂର୍ଣ୍ଣ ମେଲ୍ ପାଇବା ପରେ, ଏକ ବଡ଼ ଧରଣର ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ଅଯୋଧ୍ୟା ସହିତ, ବାରବାଙ୍କି ଏବଂ ଚନ୍ଦୌଲି ସମେତ ଅନ୍ୟ କେତେକ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ମଧ୍ୟ ଧମକପୂର୍ଣ୍ଣ ମେଲ୍ ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |