ଭୁବନେଶ୍ୱର,,୧୬।୪: ଦୂର ହେବ ବେକାରୀ ସମସ୍ୟା। ଏଣିକି ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ନିଯୁକ୍ତି ସୁଯୋଗ। ରାଜ୍ୟ ସରକାର ଏ ନେଇ ବଡ଼ ପଦକ୍ଷେପ ଗ୍ରହଣ କରଛନ୍ତି।ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ବହୁ କମ୍ପାନୀ ସହ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି। ଏହି କମ୍ପାନୀ ଗୁଡ଼ିକ ହେଲେ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ, କୋଲକାତାର ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ, ମୁମ୍ବାଇର ବିଏଫଏସଆଇ ସେକ୍ଟର ସ୍କିଲ୍ କାଉନସିଲ ଅଫ୍ ଇଣ୍ଡିଆ ଓ ବଜାଜ୍ ଫିନସର୍ଭ।ଛାତ୍ରଛାତ୍ରୀଙ୍କୁ ମିଳିବ ଇଣ୍ଟର୍ଣ୍ଣସିପ ସୁଯୋଗ: ବିଓପିଟି ସହଯୋଗରେ ଓଡ଼ିଶାର ୮୭ଟି ଶିକ୍ଷାନୁଷ୍ଠାନରେ ଆଏଇଡିପି ପ୍ରଚଳନ କରାଯିବ। ରାଜ୍ୟ ବିଶ୍ୱବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ଣ୍ଣସିପର ସୁଯୋଗ ଦିଆଯିବ।ବିଏଫଏସଆଇର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ବ୍ୟାଙ୍କିଙ୍ଗ, ଫାଇନାନ୍ସ ଓ ଇନସ୍ୟୁରାନ୍ସ କ୍ଷେତ୍ରରେ ଶିକ୍ଷା ପ୍ରଦାନ କରାଯିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |