ନୂଆଦିଲ୍ଲୀ, ୧୬।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲାରେ ଓ୍ବକଫ (ସଂଶୋଧନ) ଆଇନ, ୨୦୨୫କୁ ବିରୋଧ କରି ହୋଇଥିବା ବିକ୍ଷୋଭ ହିଂସାରେ ପରିଣତ ହୋଇଛି। ଏହି ଘଟଣାରେ ଅତିକମରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୦ରୁ ଅଧିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ରିପୋର୍ଟ ଅନୁଯାୟୀ, ଶୁକ୍ରବାର ନମାଜ ପରେ ବିକ୍ଷୋଭ ଆରମ୍ଭ ହୋଇଥିଲା, ଯାହା ଧୁଲିୟାନ, ସମଶେରଗଞ୍ଜ, ସୁତି ଓ ଜଙ୍ଗୀପୁର ଅଞ୍ଚଳରେ ହିଂସାତ୍ମକ ରୂପ ନେଇଥିଲା।ପଶ୍ଚିମବଙ୍ଗରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ ? ୱାକଫ୍ ନିଆଁରେ ଜଳୁଛି ଦିଦିଙ୍କ ରାଜ୍ୟ । ଗଡ଼ୁଛି ଜନତାଙ୍କ ମୁଣ୍ଡ । ସବୁଠି ଚାଲିଛି ଜଳାପୋଡ଼ା-ଭଙ୍ଗାରୁଜା । ୱାକଫ୍ ସଂଶୋଧନ ବିଲ ଲୋକସଭା ଏବଂ ରାଜ୍ୟସଭାରେ ପାସ୍ ହେବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇ ଏବେ ଆଇନରେ ପରିଣତ ହୋଇସାରିଛି । ଏପ୍ରିଲ ୮ ତାରିଖରୁ ସାରା ଦେଶରେ ରାଗୁ ହୋଇଛି ଏହି ଆଇନ୍ । ଆଉ ସେଇଥିପାଇଁ ଜଳୁଛି ପୂରା ପଶ୍ଚିମବଙ୍ଗ ।ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତାରେ ଇମାମଙ୍କ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ମମତା ମୁର୍ସିଦାବାଦ ହିଂସା ଲାଗି ବିଜେପିକୁ ଦାୟି କରି ଏହା ସୁନିୟୋଜିତ ଷଡ଼ଯନ୍ତ୍ର ଥିଲା ବୋଲି କହିଛନ୍ତି। ସେ କହିଛନ୍ତି ଯେ ବେଙ୍ଗଲରେ ଦଙ୍ଗା କରାଇବା ପାଇଁ ଲୋକଙ୍କୁ ବାହାରୁ ଆଣିବାରେ କେନ୍ଦ୍ରୀୟ ଏଜେନ୍ସୀର ଉପଯୋଗ କରାଯାଇଥିଲା। ବିଏସଏଫ କାହିଁକି ହିଂସାକୁ ରୋକିଲା ନାହିଁ ବୋଲି ମମତା ପ୍ରଶ୍ନ ଉଠାଇଛନ୍ତି। ମମତା ମୋଦିଙ୍କୁ ଅନୁରୋଧ କରିଛନ୍ତି ଯେ ସେ ଅମିତ ଶାହଙ୍କୁ କଣ୍ଟ୍ରୋଲ କରନ୍ତୁ। ଆମିତ ଶାହ ଆମ ବିରୋଧରେ ଏଜେନ୍ସୀମାନଙ୍କ ବ୍ୟବହାର କରୁଛନ୍ତି। ତେବେ ଚିନ୍ତା କରନ୍ତୁ ସେତେବେଳେ କଣ ହେବ ଯେତେବେଳେ ମୋଦି ପ୍ରଧାନମନ୍ତ୍ରୀ ନଥିବେ ବୋଲି କହିଛନ୍ତି। ତେବେ ଅମିତ ଶାହଙ୍କୁ ମମତା ଟାର୍ଗେଟ୍ କରିବା କିଛି ନୂଆ କଥା ନୁହେଁ। ୨୦୨୨ ମସିହାରେ ମମତା ବାନାର୍ଜୀ କହିଥିଲେ ଯେ ଯାଞ୍ଚ ଏଜେନ୍ସୀଙ୍କ ଦୂରୁପଯୋଗ ପଛରେ ପ୍ରଧାନମନ୍ତ୍ରୀଙ୍କ ହାତ ରହିଛି ମୋତେ ଲାଗୁ ନାହିଁ। କାରଣ ସିବିଆଇ ଓ ଇଡି ଗୃହମନ୍ତ୍ରାଳୟଙ୍କ ଅନ୍ତର୍ଗତ।ଓ୍ବକଫ ସଂଶୋଧନ ଆଇନ ଓାକଫ ସମ୍ପତ୍ତି ପରିଚାଳନାରେ ସ୍ପଷ୍ଟତା ଓ ଜବାବଦେହିତା ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଛି ବୋଲି ଭାଜପା ଦାବି କରୁଛି। କିନ୍ତୁ ବିରୋଧୀ ଦଳ ଏହାକୁ ଧାର୍ମିକ ସ୍ବାଧୀନତା ଉପରେ ଆକ୍ରମଣ ବୋଲି ଅଭିଯୋଗ କରୁଛନ୍ତି। ପୋଲିସ ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଛି ଏବଂ ମିଛ ଖବର ରୋକିବା ପାଇଁ କଡା କାର୍ଯ୍ୟାନୁଷ୍ଠାନ ଚାଲିଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପରିସ୍ଥିତି ଉପରେ ନଜର ରଖିଛି ଏବଂ ରାଜ୍ୟ ସରକାରଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଥିବା ଜଣାଇଛି। ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଚାଲିଛି, ଏବଂ କୋଲକତା ହାଇକୋର୍ଟ ଏପ୍ରିଲ ୧୭ରେ ଏହାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ସୂଚନା ମିଳିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |