ମିଶନଶକ୍ତିର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖିବା ପାଈଁ ଡାବୁଗାଁ ବିଡ଼ିଓଙ୍କୁ ଲିଖିତ ପତ୍ର ପ୍ରଦାନ କଲେ କାର୍ଯ୍ୟରତ ଇସିମାନେ

ନବରଙ୍ଗପୁର( ମିହିର ଶଙ୍କର ପାତ୍ର,),୧୬।୪:ଡାବୁଗାଁ ବ୍ଲକ ମିଶାନଶକ୍ତି ରେ କାର୍ଯ୍ୟରତ ଇସି ମେମ୍ବର ମାନଙ୍କ ଦାବି ସରକାର ଦ୍ୱାରା ପ୍ରେରିତ ଚିଠି ର ନିର୍ଦ୍ଦେଶ ନାମା ଅନୁଯାୟୀ ଇସି ମାନଙ୍କର ପୁନର୍ଗଠନ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ। ଏହି ବିଷୟରେ ଡାବୁଗାଁ ବିଡ଼ିଓ ଶରତ ମାଝୀଙ୍କୁ ମିଶାନଶକ୍ତି ମହାସଂଘର ଇସି ମାନେ ଲିଖିତ ଭାବରେ ପତ୍ର ପ୍ରଦାନ କଲେ। ଏହି ଦାବି ପତ୍ର ଦେବା ସମୟରେ ଉପସ୍ଥିତି ଥିଲେ ଡାବୁଗାଁ ବ୍ଲକ ମିଶନଶକ୍ତି ଓଏଲଏମ ର ମୁଖ୍ୟ ବିପିଏମ ଦୀପ୍ତି କିସର ନାୟକ ଏବଂ ଗଣମାଧ୍ୟମ ପ୍ରତିନିଧି ମାନେ। ଡାବୁଗାଁ ବ୍ଲକ ର ଇସି ମାନଂକୁ ପୁନର୍ଗଠନ ପାଇଁ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆରପି ଓ ଏମବିକେ ମାନେ ବାଧ୍ୟ କରୁଛନ୍ତି ବଲି ସୂଚନା ମିଳୁଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!