ନୀଳାଦ୍ରି ବିହାରରେ ଝାଡ଼ାବାନ୍ତି, ସ୍ୱାସ୍ଥ୍ୟ ବିଭାଗ ସ୍ୱତନ୍ତ୍ର ଟିମର ଚିକିତ୍ସା

ଭୁବନେଶ୍ୱର,୧୭।୪: ରାଜଧାନୀରେ  ଡାଇରିଆ ଆତଙ୍କ। ନୀଳାଦ୍ରି ବିହାର ସ୍ଥିତ ନୀଳ ମାଧବ ଆବାସରେ ୫ ଦିନ ଧରି ଜାରି ରହିଛି ଝାଡ଼ାବାନ୍ତି ଆତଙ୍କ। ଦିନକୁ ଦିନ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ଟିମ୍ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା କରୁଛନ୍ତି। ତଥାବି ସ୍ଥିତିରେ କୌଣସି ସୁଧାର ଆସୁନାହିଁ।ଶତାଧିକ ରୋଗୀ ଆକ୍ରାନ୍ତ ଥିବା ବେଳେ ଏବେବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ସୁସ୍ଥ ହେଉନାହାଁନ୍ତି ରୋଗୀ। ଏପଟେ ପ୍ରଶାସନ ପକ୍ଷରୁ ପାଣି ପାଇଁ ହୋଇଥିବା ଟ୍ୟାଙ୍କର ବ୍ୟବସ୍ଥା ପ୍ରତି ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଲୋକେ କହିଛନ୍ତି ପ୍ରଶାସନ ପକ୍ଷରୁ ଲାଗିଥିବା ଟ୍ୟାଙ୍କରେ କେବଳ ଦୁଇ ବାଲଟି ପାଣି ପିଇବା ପାଇଁ ମିଳୁଛି।ଝାଡ଼ାବାନ୍ତି ପାଇଁ ଲୋକଙ୍କ ଗୋଡ଼ ହାତ ଚଳୁନଥିବା ବେଳେ ପାଣି ଚାରି ମହଲା ଉପରକୁ ସିଡିରେ ଟେକି ଟେକି ପାଣି ବୋହିନେବା କଷ୍ଟକର ବୋଲି ଲୋକେ କହିଛନ୍ତି।
ଦୂଷିତ ପାଣିରୁ ଏଭଳି ସ୍ଥିତି ଉପୁଜିଥିବା କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!