ନୂଆଦିଲ୍ଲୀ ୧୬।୪: ସୁପ୍ରିମକୋର୍ଟ ୱକଫ ଆଇନକୁ ନେଇ ରୁଜୁ ଆବେଦନ ଉପରେ ବୁଧବାର ଶୁଣାଣି କରିଛନ୍ତି। ପ୍ରଧାନ ନ୍ୟାୟାଧୀଶ (ସିଜେଆଇ) ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଜଷ୍ଟିସ୍ ସଞ୍ଜୟ କୁମାର ଓ ଜଷ୍ଟିସ୍ କେ.ଭି.ବିଶ୍ୱନାଥନଙ୍କ ୩ ସଦସୀୟ ପୀଠରେ ବରିଷ୍ଠ ଅଧିବକ୍ତା କପିଲ ଶିବଲ, ଅଭିଷେକ ସିଂଘଭୀ, ରାଜୀବ ଧାୱନ, ନିଜାମ ପାସା,ରାକେଶ ଦ୍ୱିବେଦୀ ଓ ସି.ୟୁ. ସିଂହଙ୍କ ଭଳି ଓକିଲମାନେ ହାଜର ହୋଇ ଆଇନ ବିରୋଧରେ ନିଜର ତର୍କ ରଖିଛନ୍ତି। ବୁଧବାର ଶୁଣାଣି ଆରମ୍ଭରେ ସୁପ୍ରିମକୋର୍ଟ ପଚାରିଥିଲେ ସର୍ବପ୍ରଥମେ କିଏ ତର୍କ ରଖିବେ? ପ୍ରଥମେ ଦୁଇଟି ପ୍ରସଙ୍ଗରେ ତର୍କ ଶୁଣାଣି ହେବ। ଏଥିରୁ ଏହି ମାମଲା ସୁପ୍ରିମକୋର୍ଟରେ ଶୁଣାଣି ହେବ କି ହାଇକୋର୍ଟକୁ ପଠାଯିବ ସେ ନେଇ ନିଷ୍ପତ୍ତି ନିଆଯିବ । ତେବେ ସୁପ୍ରିମକୋର୍ଟରେ ବୁଧବାରର ଶୁଣାଣି ଶେଷ ହୋଇଛି। ଏବେ ଗୁରୁବାର ଅପରାହ୍ନ ୨ଟା ମାମଲାରେ ତର୍କ ଆରମ୍ଭ ହେବ। ଏଥିରେ କପିଲ ଶିବଲ ସୁପ୍ରିମକୋର୍ଟରେ ନିଜର ତର୍କ ରଖି କହିଛନ୍ତି ଯେ ଏହି ଆଇନ ଧାର୍ମିକ ସ୍ୱାଧୀନତା (ଅନୁଚ୍ଛେଦ ୨୫) ଓ ଧାର୍ମିକ ବ୍ୟାପାର ପ୍ରବନ୍ଧନ ସ୍ୱାଧୀନତା (ଅନୁଚ୍ଛେଦ୨୬)ର ପରିପନ୍ଥୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |