ନୂଆଦିଲ୍ଲୀ,୧୬।୪: କରି ଟ୍ରେନ୍ରେ ଯାତ୍ରା କରିବା ସମୟରେ ଲୋକେ ଅଧିକାଂଶ ଚିନ୍ତା କରନ୍ତି, ଟ୍ରେନ୍ରେ ଏଟିଏମ୍ ଥିଲେ ସମସ୍ୟା ରହିନଥାନ୍ତା। କି ଚୋରି ହେବାର ଭୟ ମଧ୍ୟ ନଥାନ୍ତା। ମାତ୍ର ଏବେ ଆଉ ଏହି ସମସ୍ୟା ରହିବନି। ଏଣିକି ଟ୍ରେନ୍ରେ ଯାତ୍ରା କରିବା ସମୟରେ ଏଟିଏମ୍ରୁ ଟଙ୍କା ଉଠାଇ ପାରିବେ। ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳ ବିଭାଗ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ରେଳ ବିଭାଗର ଏହି ନିଷ୍ପତି ଲୋକଙ୍କୁ ରେଳ ଯାତ୍ରାରେ ସୁବିଧା ଯୋଗାଇବ।ଯାତ୍ରୀମାନଙ୍କୁ ଯାତ୍ରା ସମୟରେ କେବେ ହେଲେ କ୍ୟାସର ଅଭାବ ହେବ ନାହିଁ। ଭାରତୀୟ ରେଳ ଟ୍ରେନରେ ଏଟିଏମ୍ ସୁବିଧା ଦେବାକୁ ଯୋଜନା କରୁଛି। ଯାହାର ଟ୍ରାଏଲ ମଧ୍ୟ ସଫଳ ହୋଇଛି।ମଙ୍ଗଳବାର ଦିନ ରେଳ ବିଭାଗ ମନମାଡ଼ ଏବଂ ମୁମ୍ବାଇ ମଧ୍ୟରେ ଚାଲି୍ଥିବା ପଞ୍ଚବାଟି ଏକ୍ସପ୍ରେସରେ ଏଟିଏମର ସଫଳ ଟ୍ରାଏଲ କରାଯାଇଛି।ଏଟିଏମ୍ କୁ ଟ୍ରେନରେ ଏସି ବଗିରେ ଲଗାଯାଇଥିଲା। କୁହାଯାଉଛି କି ଆଗକୁ ଅନେକ ଟ୍ରେନରେ ଏଟିଏମ୍ ବ୍ୟବସ୍ଥାର ସୁବିଧା ପାଇବେ ଯାତ୍ରୀ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |