ଭୁବନେଶ୍ୱର,୧୬।୪: ରାଜ୍ୟରେ ଏଣିକି ଶବ ପରିବହନ ପାଇଁ କଲ ସେଣ୍ଟର ରହିବ। ୧୦୮ ଆମ୍ବୁଲାନ୍ସ ସେବା ଭଳି ଏଥିରେ ଟୋଲ ଫ୍ରି ନମ୍ବର ରହିବ। ବୁଧବାର ସ୍ବାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ବିସ୍ତୃତ ଆଲୋଚନା ହୋଇଛି।ତେବେ ମୃତଦେହକୁ ଘର କିମ୍ବା ଶ୍ମଶାନ ଯାଏ ନେବାକୁ ଏହା କାମ କରିବ। ବିଶେଷକରି ସରକାରୀ ହସ୍ପିଟାଲରେ ପ୍ରାଣ ହରାଇଲେ ମୃତଦେହକୁ ନେବାକୁ ଏହା କାମ କରିବ। ତେବେ ମୃତଦେହ ପରିବହନ ପାଇଁ କିମି ପିଛା ଦର କେତେ ରହିବ ଆଲୋଚନା ହେବ ବୋଲି ଜଣାପଡ଼ିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |