ପୁରୀ,୧୮ା୪: ଚଳିତବର୍ଷ ପୁରୀ ଚନ୍ଦନ ଯାତ୍ରାରେ ବାଣ ବ୍ୟବହାର ହୋଇପାରିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶୁକ୍ରବାର ସୂଚନା ଦେଇଛନ୍ତି।ଚଳିତ ବର୍ଷ ପୁରୀରେ ଚନ୍ଦନ ଯାତ୍ରା ସମୟରେ ଫୁଟିବନି ବାଣ। କାରଣ ଗତବର୍ଷ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି ଏକ ବଡ଼ ଅଘଟଣ ଘଟିଥିଲା। କେତେକ ଲୋକଙ୍କ ଜୀବନ ମଧ୍ୟ ଯାଇଥିଲା।ଭକ୍ତ ଓ ସେବାୟତଙ୍କ ପାଇଁ ଇନ୍ସ୍ୟୁରାନ୍ସ ବ୍ୟବସ୍ଥା ରହିବା ସହ ଚନ୍ଦନଯାତ୍ରା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗର ଅନୁମୋଦନ ରହିଥିବା କହିଛନ୍ତି ମୁଖ୍ୟ ପ୍ରଶାସକ। ନରେନ୍ଦ୍ର ପୁଷ୍କରିଣୀ ବାହାରେ ୨ଟି ଫାଷ୍ଟଏଡ ସେଣ୍ଟର କରାଯିବ। ଏଥିସହିତ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର କାମ ସରିଛି, ବାହାର ରତ୍ନଭଣ୍ଡାର କାମ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ପ୍ରଶାସକ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |