ନୂଆଦିଲ୍ଲୀ,୨୧।୪:ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନ୍ସିସ୍ ଙ୍କ ପରଲୋକ। ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ଆଜି ସକାଳେ ପୋପ୍ ଫ୍ରାନ୍ସିସ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।ନିମୋନିଆରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ ପୋପ୍ ଫ୍ରାନ୍ସିସ୍। ପ୍ରାୟ ୫ ସପ୍ତାହ ହେଲା ଚିକିତ୍ସାଧୀନ ଥିଲେ। ୮୮ ବର୍ଷ ବୟସରେ ନିଧନ ନେଇ ଭାଟିକାନ ସିଟିର ସୂଚନା। ସକାଳ ୭ଟା ୩୫ ମିନିଟ୍ରେ ମୃତ୍ୟୁ ନେଇ ସୂଚନା। ଇଷ୍ଟର ଶୁଭେଚ୍ଚା ଜଣାଇବା ପରେ ପରେ ପରଲୋକ । ତାଙ୍କର ଉଭୟ ଫୁସଫୁସେ ନିମୋନିଆରେ ସଂକ୍ରମିତ ହୋଇଥିଲା । ଯାହା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା । ସେ ଦୀର୍ଘ ସମୟ ଧରି ହସ୍ପିଟାଲରେ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।୨୦୨୧ ମସିହାରେ ସେ ରୋମର ଇସି ଜେମେଲୀ ହସ୍ପିଟାଲରେ ୧୦ ଦିନ ପାଇଁ ଭର୍ତ୍ତି ହୋଇଥିଲେ। ଭାଟିକାନ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ପୋପ ଫ୍ରାନ୍ସିସ୍ ସୋମବାର, ୨୧ ଅପ୍ରେଲ ୨୦୨୫ରେ ୮୮ ବର୍ଷରେ ଭାଟିକାନର କାସା ସାନ୍ତା ମାର୍ଟା ସ୍ଥିତ ନିଜ ନିବାସରେ ଦେହତ୍ୟାଗ କରିଛନ୍ତି।୨୦୧୩ରେ ପୋପ ବେନେଡିକ୍ସ ଷୋଡ଼ଶ ଏହି ପବିତ୍ର ପଦବୀରୁ ଇସ୍ତଫା ଦେବା ପରେ ଜର୍ଜ ମାରିଓ ବର୍ଗୋଗ୍ଲିଓ(ପୋପ ଫ୍ରାନସିସ) ୨୬୬ ତମ ପୋପ ଭାବେ ମନୋନୀତ ହୋଇଥିଲେ। ରୋମାନ କ୍ୟାଥୋଲିକ ଚର୍ଚ୍ଚର ନେତୃତ୍ଵ ନେବାରେ ସେ ପ୍ରଥମ ଲାଟିନ ଆମେରିକୀୟ ଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |