୨୧ ଏପ୍ରିଲ ଓ ୨୨ ଏପ୍ରିଲ ରାତିରେ ଆକାଶରେ ତାରା ବର୍ଷା

ନୂଆଦିଲ୍ଲୀ ୨୧।୪: ଆଜି ୨୧ ଏପ୍ରିଲ ଓ ୨୨ ଏପ୍ରିଲ ରାତିରେ ଆକାଶରେ ତାରା ବର୍ଷା ଅର୍ଥାତ ଲିରିଡସ୍ ଉଲକା ବର୍ଷା ହେବ, ଯାହାକୁ ଆପଣ ଖାଲି ଆଖିରେ ବି ଦେଖି ପାରିବେ। ଏହି ଉଲକା ବର୍ଷା ଦେଖିବା ପାଇଁ ଆପଣଙ୍କୁ ଟେଲିସ୍କୋପର ଆବଶ୍ୟକତା ପଡିବ ନାହିଁ। ଲିରିଡସ୍ ମେଟିଓର ସାୱାର କାଳରେ ତାରା ଖସୁଥିବା ଭଳି ଉଜ୍ୱଳ ରେଖା ସବୁ ଆକାଶରେ ଦେଖାଯିବ। ଏହାକୁ ଦେଖିବା କୌଣସି ଅବସରଠାରୁ କମ ନୁହେଁ। ବୈଜ୍ଞାନିକମାନେ ଏହାକୁ ମହାକାଶର ରୋମାଞ୍ଚକ ଘଟଣା କହୁଥିବା ବେଳେ ଜ୍ୟୋତିଷାଚାର୍ଯ୍ୟମାନେ ଏହାକୁ ବ୍ରାହ୍ମାଣ୍ଡର ଉର୍ଜା ଜାଗରଣ ସଂକେତ ମନେକରୁଛନ୍ତି। ଲିରିଡସ୍ ଲାଇରା ତାରା ମଣ୍ଡଳ ସହିତ ସମ୍ପୃକ୍ତ। ଏହି ତାରା ମଣ୍ଡଳ ଭେଗା ନାମକ ତାରା ପାଖରେ ରହିଛି। ଲିରିଡସ୍ ଉଲକା ବର୍ଷା ସବୁଠୁ ପ୍ରାଚୀନ ଉଲକା ବର୍ଷା ରୂପେ ଜଣାଯାଏ। ଏହାକୁ ପ୍ରଥମେ ୨୭୦୦ ବର୍ଷ ପୂର୍ବେ ରେକର୍ଡ କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ଲିରିଡ ସେହି ଅବଶେଷ ଯାହା ଏକ ଧୂମକେତୁ କମେଟ ଥାଚର (ସି/୧୮୬୧ଜି-୧)ର ଅଟେ। ଏହି ଧୂମକେତୁ ପ୍ରତି ୪୧୫ ବର୍ଷରେ ସୂର୍ଯ୍ୟକୁ ଗୋଟିଏ ଥର ପ୍ରଦିକ୍ଷଣ କରିଥାଏ। ଧୂମକେତୁ ତା ପଛରେ ଧୂଳିର ଏକ ବିଶାଳ ଭଣ୍ଡାର ଛାଡି ଯାଇଥାଏ। ଏଥିରୁ ଯେତେବେଳେ ଟୁକୁରା ତୀବ୍ର ଗତିରେ ଖସିବାରେ ଲାଗେ ପୃଥିବୀର ବାୟୁମଣ୍ଡଳରେ ଘଷି ହୋଇ ଜଳି ଉଠିଥାଏ। ଏଥିରୁ ଉଜ୍ଜ୍ୱଳ ଆଲୋକ ବିଛୁରିଚ ହୋଇଥାଏ। ନାସାଙ୍କ ଅନୁସାରେ ଏହି ଉଲକା ବର୍ଷା ଏପ୍ରିଲ ୨୧ ଓ ତାରିଖ ରାତିରେ ଚରମ ସୀମାରେ ପହଞ୍ଚିବ। ଏଣୁ ୨୨ ଏପ୍ରିଲ ରାତିରେ ସବୁଠୁ ଅଧିକ ଉଲକା ଖସୁଥିବାର ଦେଖାଯିବ। ଏହି ଉଲକା ବର୍ଷା ଏପ୍ରିଲ ୨୯ ପର୍ଯ୍ୟନ୍ତ ଚାଲିବ। ତା ପରେ ବନ୍ଦ ହୋଇଯିବ। ଲିରିଡ ଉଲକା ବର୍ଷାକୁ ସର୍ବ ପ୍ରଥମେ ଚୀନରେ ୬୮୭ ବିସିଇରେ ଦେଖାଯାଇଥିଲା। ନାସାଙ୍କ ଅନୁସାରେ ଲିରିଡ ମେଟିଓର ସାୱାର କାଳରେ ପ୍ରତି ଘଣ୍ଟାରେ ଅନୁନ୍ୟ ୧୮ଟି ଉଲକା ଖସିବ। ଏହି ଉଲକାଗୁଡିକର ବେଗ ଘଣ୍ଟା ପ୍ରତି ୨୯ ମାଇଲ ରହିବ। ଏହି ଉଲକା ବର୍ଷାକୁ ୨୧ ଏପ୍ରିଲ ରାତିରୁ ୨୨ ଏପ୍ରିଲ ସକାଳ ପର୍ଯ୍ୟନ୍ତ ଆପଣ ଦେଖି ପାରିବେ। ଏହାକୁ ଦେଖିବା ପାଇଁ ସବୁଠୁ ଭଲ ସମୟ ରାତି ଦୁଇଟାରୁ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!