କଂଗ୍ରେସ ୨୮ରେ ରାଜଧାନୀରେ ‘ସମ୍ବିଧାନ ବଞ୍ଚାଅ ସମାବେଶ’

ଭୁବନେଶ୍ୱର,୨୫ା୪: ୨୮ରେ ଭୁବନେଶ୍ୱରରେ କଂଗ୍ରେସ ସମ୍ବିଧାନ ବଞ୍ଚାଅ ସମାବେଶ । ଏ ନେଇ ସୂଚନା ଦେଲେ ପିସିସି ସଭାପତି ଭକ୍ତ ଚରଣ ଦାସ ।ମେ’ ୩ରୁ ୧୦ ମଧ୍ୟରେ ସମସ୍ତ ଜିଲ୍ଲାରେ ସମ୍ବିଧାନ ବଞ୍ଚାଅ ଅଭିଯାନ ଆରମ୍ଭ ହେବ ବୋଲି କହିଲେ ଭକ୍ତ ଦାସ ।୧୧ ଓ ୧୭ରେ ତାରିଖରେ ସମସ୍ତ ବିଧାନସଭା କ୍ଷେତ୍ରରେ ଆନ୍ଦୋଳନ କରାଯିବ । ୨୦ ଓ ୩୦ରେ ଘର ଘର କାର୍ଯ୍ୟକ୍ରମ କରିବ କଂଗ୍ରେସ ।ଗତକାଲି କଂଗ୍ରେସର ସିଡବ୍ଲ୍ୟୁସି ମିଟିଂ ବସିଥିଲା । ଯେଉଁଥିରେ ପାର୍ଟି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଦୀଙ୍କ ସମେତ ବହୁ ବରିଷ୍ଠ କଂଗ୍ରସ ନେତା ସାମିଲ ହୋଇଥିଲେ ।ବୈଠକରେ କଂଗ୍ରସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!