ବିନା ଭିସାରେ ରାଜଧାନୀରେ ରହୁଛନ୍ତି ପାକିସ୍ତାନୀ ମହିଳା, ନୋଟିସ ଜାରି କଲେ ସରକାର

ଭୁବନେଶ୍ୱର,୨୬ା୪: ଭୁବନେଶ୍ୱର ଅଛନ୍ତି ଜଣେ ପାକିସ୍ତାନୀ ମହିଳା । ଦୀର୍ଘମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ୱରରେ ରହୁଛନ୍ତି ।ଓଡ଼ିଆ ଯୁବକଙ୍କୁ ବିବାହ କରି ରାଜଧାନୀରେ ରହୁଥିବା ସୂଚନା । ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍ ଜାରି ।୨୦୨୪ରେ ମହିଳାଙ୍କ ଭିସା ଅବଧି ଶେଷ ହୋଇଯାଇଛି ।ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ ଗତକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ । ଉକ୍ତ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକ୍‌ ନାଗରିକଙ୍କ ଭିଜା ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଥିଲେ। ନିଜ ରାଜ୍ୟରେ ଥିବା ପାକ୍‌ ନାଗରିକଙ୍କୁ ଚିହ୍ନଟ କର। ତାଙ୍କର ଭିଜା ବନ୍ଦ କରି ତୁରନ୍ତ ରାଜ୍ୟରୁ ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ମାନି କମିଶନରେଟ୍‌ ପୋଲିସ ପକ୍ଷରୁ ଜୋର୍‌ଦାର୍‌ ତନାଘନା ଚାଲିଛି। ଜମ୍ମୁ-କଶ୍ମୀର ପହଲଗାମଠାରେ ୨୨ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା ଯେଉଁଥିରେ ଅଧିକାଂଶ ପର୍ଯ୍ୟଟକ ଥିଲେ ଏବଂ ଭାରତର ଅଲଗା ଅଲଗା ରାଜ୍ୟରୁ ଜମ୍ମୁ-କଶ୍ମୀର ବୁଲିବାକୁ ଯାଇଥିଲେ । ଆତଙ୍କବାଦୀଙ୍କ ମଧ୍ୟରେ ୨ ଜଣ ସ୍ଥାନୀୟ ମଧ୍ୟ ସାମିଲ ଥିଲେ ।ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ରାଜ୍ୟରେ ଥିବା ପାକିସ୍ତାନୀମାନଙ୍କୁ ଖୋଜି ବାହାର କରିବା ସହ ସେମାନଙ୍କୁ ତୁରନ୍ତ ବାହାର କରିବାକୁ ସେ ନିର୍ଦ୍ଦେଶ ଜାରି କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!