ଭୁବନେଶ୍ୱର,୨୭ା୪: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିବାସୀ ୟସ ଜୈନ ସର୍ବ ଭାରତୀୟ ନିଟ୍ ଏସ୍ଏସ୍(ସୁପର ସ୍ପେଶାଲିଟି ଏଣ୍ଟ୍ରାନ୍ସ ପରୀକ୍ଷା)-୨୦୨୫ରେ ସର୍ବ ଭାରତୀୟ ସର୍ବ ପଥ୍ରମ ହୋଇଛନ୍ତି।ଶ୍ରୀ ଜୈନ ମୁମ୍ବାଇର ପ୍ରତିଷ୍ଠିତ କେଇଏସ୍ ମେଡିକାଲ କଲେଜରୁ ଏମବିବିଏସ୍ରେ ୧୪୭(ନିଟ୍)ର ଡିଗ୍ରି ହାସଲ ପରେ ମହାରାଷ୍ଟ୍ର ନାଗପୁର ମେଡିକଲେଜରେ ସାଧାରଣ ସର୍ଜରିରେ ମାଷ୍ଟର ଡିଗ୍ରି ହାସଲ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ କଣ୍ଟାବାଞ୍ଜି ସହରର ଜନସାଧାରଣ ଗୌରବ ଅନୁଭବ କରିବା ସହିତ ପରିବାର ବର୍ଗଙ୍କୁ ଶୁଭେଛା ଜଣାଉଥିବା ଦେଖିବାକୁ ମିଳିଛି। କଣ୍ଟାବାଞ୍ଜିର ୟଶ୍ ଜୈନ୍ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । କଣ୍ଟାବାଞ୍ଜିର ସୁନୀଲ ଜୈନଙ୍କ ପୁଅ ୟଶ୍ ନିଜର କଠିନ ପରିଶ୍ରମ ପାଇଁ ଏଭଳି ସଫଳତା ପାଇଛନ୍ତି । ଜେନେରାଲ ସର୍ଜରୀ ବିଭାଗର ଡାକ୍ତର ହେଉଛନ୍ତି ୟଶ୍ । ସେ ମୁମ୍ବାଇର KEM ହସ୍ପିଟାଲରେ MBBS ପାଠ ପଢିବା ପରେ ନାଗପୁର ସରକାରୀ ମେଡ଼ିକାଲରେ ପିଜି କରିଥିଲେ । ସେ ପିଜି ପରେ NEET-ସୁପର ସ୍ପେଶାଲିଟି ଏଣ୍ଟ୍ରାସ୍ ପରୀକ୍ଷାରେ ପ୍ରଥମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |