ମେ’ ୨ ତାରିଖରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୯ା୪: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)୨୦୨୫ ମେ ୨ ତାରିଖରୁ ଆରମ୍ଭ ହେବ। ୧୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପରୀକ୍ଷା ପାଇଁ ଓଜେଇଇ ପକ୍ଷରୁ କାର୍ଯ୍ୟସୂଚୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୩ଟି ପର୍ଯ୍ୟାୟରେ ପରୀକ୍ଷା ହେବ । କମ୍ୟୁଟର ବେସଡ ଟେଷ୍ଟ ବା ସିବିଟି ମାଧ୍ୟମରେ ପରୀକ୍ଷା କରାଯିବ । ପୂର୍ବାହ୍ଣ ୮ଟା ୩୦ରୁ ୧୦ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ଣ ୨ଟା ୩୦ ଏବଂ ଅପରାହ୍ଣ ୪ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ପରୀକ୍ଷା ହେବା ନେଇ ସୂଚନା ରହିଛି ।ପରୀକ୍ଷା ଆସନ୍ତା ମେ’ ୨ ତାରିଖରୁ ଆରମ୍ଭ ହୋଇ ୧୨ ତାରିଖରେ ସରିବ । ଏହି ସମୟରେ ବି. ଫାର୍ମ, ଏମସିଏ, ବେସିକ ବିଏସସି ନର୍ସିଂ ଆଦି ପ୍ରବେଶିକା ପରୀକ୍ଷା ହେବ । ଏନେଇ ଓଜେଇଇ ପକ୍ଷରୁ ସୂଚନା ମିଳିଛି । ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଏବଂ କଲେଜର B.Pharm, MCA, MBA, M.Tech, ଇଣ୍ଟିଗ୍ରେଟେଡ୍ MBA, ଲାଟେରାଲ ଏଣ୍ଟ୍ରି ଟେକ୍ ଓ ଫାର୍ମା, ଏମ୍. ଆର୍କ, ଏମ୍. ପ୍ଲାନ, ବି. କାଟ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଏହି ପ୍ରବେଶିକା ପରୀକ୍ଷା କରାଯିବ । ପ୍ରତିଦିନ ତିନୋଟି ସିଫ୍ଟରେ ସାଢେ ୮ଟାରୁ ସାଢେ ୧୦ଟା, ସାଢେ ୧୨ଟାରୁ ସାଢେ ୨ଟା ଏବଂ ସାଢେ ୪ଟାରୁ ସାଢେ ୬ଟା ଯାଏ ଏହି ପରୀକ୍ଷା ଚାଲିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!