ପର୍ଯ୍ୟଟକଙ୍କ ପାଇଁ ୩ ମାସ ଭିତରକନିକା ବନ୍ଦ

କେନ୍ଦ୍ରାପଡ଼ା, ୨୯।୪ପର୍ଯ୍ୟଟକଙ୍କ ପାଇଁ ୩ ମାସ ବନ୍ଦ ରହିବ ଭିତରକନିକା । ମେ’ ୧ ତାରିଖରୁ ଜୁଲାଇ ୩୧ତାରିଖ ଯାଏଁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ । ବଉଳା କୁମ୍ଭୀର ମାନଙ୍କର ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୄଷ୍ଟିରେ ରଖି ବନ ବିଭାଗ ଏହି ପଦକ୍ଷେପ ନେଇଛି ।  ଏହି ସମୟରେ ବଉଳା କୁମ୍ଭୀର ମାନେ ଅଣ୍ଡା ଦେବାକୁ ନିରାପଦ ସ୍ଥାନ ଠାବ କରି ବସା କରି ଅଣ୍ଡା ଦେଇଥାନ୍ତି । ଜୁଆର ମାଡୁନଥିବା ସ୍ଥାନରେ ଅର୍ଥାତ ସ୍ଥଳଭାଗରେ କୁମ୍ଭୀର ବସା କରି ଅଣ୍ଡା ଦେଇଥାଏ । ଏହି ସମୟରେ ମାଆ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇ ପଡିଥାନ୍ତି l ଏହି ୩ ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବନ ବିଭାଗ ନିୟମ ଜାରି କରିଛି l ଏହି ସମୟରେ ମାଛଧରା ବୋଟ୍ ଓ ଅନ୍ୟାନ୍ୟ ମଟରଚାଳିତ ବୋଟ୍ ଗୁଡିକୁ ଜାତୀୟ ଉଦ୍ୟାନରେ  ନିଷିଦ୍ଧ କରାଯାଇଛି । ମାତ୍ର ଅଗଷ୍ଟ ୧ ତାରିଖରୁ ପୁଣି ଥରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!