ପୁରୀ,୩ା୫ : ପଶ୍ଚିମବଙ୍ଗର ଦୀଘାରେ ବୁଧବାର ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଯାଇଛି। ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ ପ୍ରସଙ୍ଗ ।ଗତକାଲି ଶ୍ରୀ ମନ୍ଦିର ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର ସାମ୍ବାଦିକ ସମ୍ପିଳନୀରେ ଦୀଘା ମନ୍ଦିର ପୂଜା ପାଇଁ ଯାଇଥିବା କହିିଥିଲେ । ମନ୍ଦିରରେ ଦାରୁ କାଠରେ ତିଆରି ମୂର୍ତ୍ତି ପ୍ରତିଷ୍ଠା ପାଇବା ନେଇ ଏକ ଘରୋଇ ଚ୍ୟାନେଲରେ ପ୍ରତିକ୍ରିୟା ରଖିଥିଲେ ।ଯାହାକୁ ନେଇ ଦାରୁ ବିବାଦ ମୁଣ୍ଡ ଟେକିଥିବାବେଳେ ଗତକାଲି ଆଇନମନ୍ତ୍ରୀ ସୁରେଶ ପୂଜାରୀ ଯାଞ୍ଚ ନିର୍ଦ୍ଦେଶ ନେଇ ଚିଠି ଲେଖିଥିଲେ ।ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ।ଗତକାଲି ଆଇନ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଆଜି ବସୁଛି ଗୁରୁତ୍ୱପୂର୍ଣ୍ଣ ବୈଠକ ।ଆଜି ବିଭିନ୍ନ ନିଯୋଗ ସହ ଆଲୋଚନା କରିବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାକ । ଦୀଘା ଜଗନ୍ନାଥ ମନ୍ଦିରରେ ଦାରୁ କାଠରେ ତିଆରି ବିଗ୍ରହ ପହଞ୍ଚିଲା କିପରି ତାକୁ ନେଇ ହେବ ଆଲୋଚନା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |